ବନ୍ଧୁଙ୍କ ପତ୍ନୀକୁ ନେଇ ପଳାଇବା ପଡ଼ିଲା ମହଙ୍ଗା

ସୋର: ବନ୍ଧୁଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯିବା ଜଣେ ବ୍ୟକ୍ତିଙ୍କୁ ଭାରି ମହଙ୍ଗା ପଡ଼ିଛି। ବନ୍ଧୁ ତାଙ୍କୁ ଧରି ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଛନ୍ତି। ଏହାସହ ତାଙ୍କୁ ପୁଲିସ ଜିମାରେ ଦେଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

ଖନ୍ତାପଡ଼ା ଥାନା ବଡ଼ଗାଁ ଅଞ୍ଚଳର ସୁଧାକର ମଳିକ ସେହି ଅଞ୍ଚଳର ନିଜ ବନ୍ଧୁ ସୌମ୍ୟରଞ୍ଜନ ମଲିକଙ୍କ ସ୍ତ୍ରୀକୁ ନେଇ ଗତ ଦୁଇ ମାସ ତଳେ ଫେରାର ହୋଇଯାଇଥିଲେ। ଏନେଇ ସୌମରଞ୍ଜନ ଖନ୍ତପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଉଭୟଙ୍କୁ ଖୋଜାଖୋଜି କରୁଥିବା ବେଳେ ସୌମ୍ୟରଞ୍ଜନ ମଧ୍ୟ ସେମାନଙ୍କୁ ଖୋଜାଖୋଜି କରୁଥିଲେ। ଗତକାଲି ସୌମ୍ୟରଞ୍ଜନ ସେମାନଙ୍କ ଠିକଣା ପାଇଥିଲେ। ସୋର ବରଖୁଡ଼ିରେ ସୁଧାକର ଘର ଭଡ଼ା ନେଇ ତାଙ୍କ ସ୍ତ୍ରୀଙ୍କୁ ରଖିଥିବା ସୌମ୍ୟରଞ୍ଜନ ଜାଣିବାକୁ ପାଇଲେ। ଏହାସହ ସୁଧାକର ତାଙ୍କ ସ୍ତ୍ରୀକୁ ନେଇ ବେଙ୍ଗାଲୁରୁ ଚାଲି ଯିବାକୁ ଯୋଜନା କରୁଥିବା ସେ ଖବର ପାଇଥିଲେ।

ଏହା ପରେ ଗତକାଲି ସୁଧାରକର ରହୁଥିବା ଭଡ଼ା ଘରେ ପହଞ୍ଚିଥିଲେ ସୌମ୍ୟରଞ୍ଜନ । ସେ ତାଙ୍କ ମା’ ଓ କିଛି ଲୋକଙ୍କୁ ନେଇ ସେଠାକୁ ଯାଇଥିଲେ। ସେଠାରେ ସୁଧାରକଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଥିଲେ ସୌମ୍ୟରଞ୍ଜନ। ଏହା ସହିତ ତାଙ୍କୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ସୁଧାକାର ଓ ସୌମ୍ୟରଞ୍ଜନଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରୁଛି। ସୌମ୍ୟରଞ୍ଜନଙ୍କର ଦୁଇଟି ସନ୍ତାନ ଅଛନ୍ତି।

nis-ad
Leave A Reply

Your email address will not be published.