କଂଗ୍ରେସ ପ୍ରତିଷ୍ଠା ଦିବସ : ବିଭାଜନକାରୀ ଶକ୍ତି ବିରୁଦ୍ଧରେ ଏକହୁଅ..!

ବ୍ରହ୍ମପୁର — ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯାଳୟ ବାପୁଜୀ ଆଶ୍ରମ ଠାରେ ଆଜି ଜାତୀୟ କଂଗ୍ରେସର 138ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଦେଶରେ ବୃଦ୍ଧି ପାଉଥିବା ଧର୍ମ ନାଁ ରେ ରାଜନୀତି, ଜାତିବାଦ ଓ ଆଞ୍ଚଳିକତାବାଦ ବିରୁଦ୍ଧରେ ଏକ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ l ଦେଶ ଓ ରାଜ୍ୟରେ କ୍ଷମତା ଥିବା ଦଳ ମାନେ ଲୋକଙ୍କ ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରତି ଗୁରୁତ୍ୱ ଦେବା ପରିବର୍ତ୍ତେ ଧର୍ମ ଓ ଆଞ୍ଚଳିକତାବାଦ ନାଁ’ରେ ଦେଶକୁ ଭାଗଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି l ରାଜ୍ୟ ଋଣ ଯନ୍ତାରେ ଓ ଦେଶ ଫାସୀ ବାଦୀଙ୍କ କବଳରେ l ବ୍ୟକ୍ତି ସ୍ୱାଧୀନତାକୁ ହରଣ କରାଯାଉଛି, ଦେଶ ସାରା ଭୟର ବାତାବରଣ ସୃଷ୍ଟି କରାଯାଉଛି l ରାହୁଳ ଗାନ୍ଧୀଙ୍କ ଭାରତଯୋଡ ଯାତ୍ରାର ସଫଳତାରେ ଇର୍ଚ୍ଛାନିତ ବିଜେପି ନେହୁରୁ ଓ ରାହୁଳ ଗାନ୍ଧୀଙ୍କ ନାଁରେ ଯେତେ ଅପ ପ୍ରଚାର କଲେ ମଧ୍ୟ ଲୋକ ହୃଦୟରେ କଂଗ୍ରେସ ଅଛି ଓ ରହିବ ମଧ୍ୟ l ଦେଶର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିବା ବିଜେପିର ନକଲି ରାଷ୍ଟ୍ରଭକ୍ତ ପ୍ରତି ସାବଧାନ ରହିବାକୁ ଓ ଭାଷ୍ଟାଚାରୀ ବିଜେଡି ଦଳ କେନ୍ଦ୍ରର ସି ବି ଆଇ ଡରରେ ବିଜେପିର ଲାଙ୍ଗୁଡ଼ ହୋଇଛି l କଂଗ୍ରେସ ଦଳ ହିଁ ଦେଶର ସମସ୍ତ ସମ୍ପ୍ରଦାୟ, ଧର୍ମ, ଜାତି ଓ ଅଂଚଳକୁ ଗୋଟିଏ ସୁତାରେ ବାନ୍ଧି ରଖିପାରିବ l ସଭାରେ ଗାନ୍ଧୀ, ନେହୁରୁ, ଭଗତ ସିଂ, ସର୍ଦ୍ଧାର ପଟେଇ, ନେତାଜୀ ପ୍ରଭୁତିଙ୍କ ବିଷୟରେ ବକ୍ତା ମାନେ ଆଲୋଚନା କରିଥିଲେ l ଆଞ୍ଚଳିକତାବାଦୀ ଓ ଧର୍ମାନ୍ଧତାବାଦୀ ମାନଙ୍କ ପ୍ରତି ସତର୍କ ରହିବା ଓ ଦେଶର ଲୋକତନ୍ତ୍ର, ଧର୍ମନିରପେକ୍ଷତା ଓ ସମ୍ବିଧାନର ସୁରକ୍ଷା ପାଇଁ କର୍ମୀ ମାନେ ଶପଥ ନେଇଥିଲେ l
ଏହି ସଭାରେ ଗୋପାଳପୁର ର ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ବେହେରା ସଭାପତିତ୍ୱ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ପୀତବାସ ପଣ୍ଡା, ସନାତନ ସାହୁ, ବନଜା ପଣ୍ଡା, ମହେଶ୍ୱର ପାତ୍ର, ଦଣ୍ଡପାଣି ପାତ୍ର, ଦେବାଶିଷ ମହାନ୍ତି, ଶଙ୍କର ଅଧିକାରୀ, ବାଳକ୍ରିଷ୍ଟା, ସିଦ୍ଧାନ୍ତ ସାହୁ,ଭବାନୀ ସାହୁ,ପଦ୍ମଚରଣ ସାହୁ, ଭୋକାଲି ସେଠୀ, ରାଜୀବ ଖୁଣ୍ଟିୟା, ନାଗ ଭୂଷଣ ରାଓ, ରଶ୍ମିତା ସାହୁ,ସୁବାସିନୀ ପଟ୍ଟନାୟକ, ରାମରାଓ ରେଡ୍ଡୀ, ସୁଜ୍ଞାନୀ ପଟ୍ଟନାୟକ, ରିତା ଦଳେଇ,ଉମାକାନ୍ତ ତ୍ରିପାଠୀ,ଚିନ୍ତାମଣି ନାୟକ, ସଂଜୟ ନାୟକ, ସୁନିତା ଦାସ, ଇନ୍ଦିରା ପଶୁପାଳକ, ପଦ୍ମା ମହାରଣା, ଜ୍ୟୋତି ରେଡ୍ଡୀ, ଅନିତା ବେହେରା, ଇପିଲି ପୂର୍ଣ୍ଣ ଚନ୍ଦ୍ର,ଉର୍ବସୀ ନାୟକ, ପ୍ରମୁଖ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.