ଓଡିଶା ସୀମାନ୍ତ ମୋଟୁ ଠାରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଅଟକ…

ମାଲକାନଗିରି : ଆଜି ସକାଳେ ଗୋରୁ ବୋଝେଇ କଣ୍ଟେନର ଓଡିଶା ସୀମାନ୍ତ ମୋଟୁ ଠାରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଯାଂଚ ସମୟରେ ଅଟକ ରହିଥିବା ଜଣାପଡିଛି । ଗାଡ଼ିରେ ଥିବା ପ୍ରାୟ 100ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ସ୍ଥାନୀୟ ଗ୍ରାମର କିଛି ଲୋକ ଉଧାର କରି ଥିବାବେଳେ ଉକ୍ତ ଦୁଇ ଗାଡିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି । ଗତକିଛିଦିନ ତଳେ ମାଲକାନଗିରି ସୀମାନ୍ତ ଗୋବିନ୍ଦପଲ୍ଲୀ ଘାଟି ଉପରେ ଏକ କଣ୍ଟେନର ରେ ଗାଈ ବୋଝେଇ କରି ଯାଉଥିବା ସମୟରେ ଜାତୀୟ ରାଜପଥର ପାର୍ଶ୍ଵରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଯାହାଫଳରେ କଣ୍ଟେନର ଭିତରେ ରଖାଯାଇଥିବା ଗୋରୁଙ୍କ ମଧ୍ୟରୁ ୫୦ଟି ମୃତାହତ ହୋଇଛନ୍ତି। ୩୬ଟି ଗୋରୁଙ୍କୁ ମୃତ ଅବସ୍ଥାରେ କଣ୍ଟେନର ଭିତରୁ ବାହାରକୁ ବାହାର କରାଯାଇଥିବା ବେଳେ ୧୬ଟି ଆହତ ଅବସ୍ଥାରେ ରହିଥିଲେ । ଆଜିର ଏହି ଦୁଇ କଣ୍ଟେନରରେ ଗାଈଗୋରୁ ରହିଥିବାରୁ ଏହାର ଏକ ରାକେଟ କାର୍ଯ୍ୟ କରୁଥିବା ସନ୍ଦେହ ସୃଷ୍ଟି ହୋଇଥିବା ବେଳେ । ନିୟମିତ ଭାବେ ଏହିଭଳି ବହୁ କଣ୍ଟେନର ରେ ରୀତିମତ ବେଆଇନ ଭାବେ ଚାଲାଣ ବିଭିନ୍ନ ରାଜ୍ୟକୁ ହେଉଛି ।

nis-ad
Leave A Reply

Your email address will not be published.