ଦାରିଙ୍ଗବାଡ଼ିରେ ଶୀତ ଗାଏବ, ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ…

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ଦାରିଙ୍ଗବାଡିରେ ସର୍ବନିମ୍ମ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ବଡ଼ ଦିନ ଛୁଟି ଥିବା ବେଳେ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ହେଲେ ହଠାତ ଶୀତ କମିଯିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ମନ ଭାବ ଜାଗ୍ରତ ହୋଇଥିବା ପ୍ରକାଶ ପାଇଛି। ଏଭଳି ପାଣିପାଗ ରହିଲେ ନୂଆ ବର୍ଷ ଫିକା ପଡ଼ିବା ଆଶଙ୍କା ରହିଛି ବୋଲି ବୁଦ୍ଧିଜୀ ମହଲରେ ଆଶଙ୍କା କରା ଯାଉଛି। ଏପଟରେ ଆଉ ଏକ ସମସ୍ୟା ରହିଛି। ଯାହାକି ଦାରିଙ୍ଗବାଡ଼ିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ସର୍ଵ ନିମ୍ନ ଭିତ୍ତି ଭୂମିର ଅଭାବ ରହିଛି। ଡୁଲୁରୀ ପାଇନ ବଣରେ ଏବେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିଭଳି ମିଡିଆ ବାନ୍ଦା ଜଳପ୍ରପାତ, ଲଭର୍ସ ପଇଣ୍ଟ, କଫି ବଗିଚା ଓ ସନ ସେଟ ପଇଣ୍ଟରେ ଟୁରିଷ୍ଟଙ୍କ ପାଇଁ ଆଯଯାଏ ବିଶ୍ରାମ କକ୍ଷ , ସ୍ଵଛ ପାନୀୟ ଜଳ କିମ୍ବା..

ଶୌଚାଳୟର ସୁଵିଧା କରା ଯାଇନାହିଁ। ଶୌଚାଳୟ ଅଭାବରୁ ମୁଖ୍ୟକରି ମହିଳା ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ ପାଇଛି। ସୂଚନା ମୁତାବକ ନୂଆ ବର୍ଷ ପାଇଁ ବଙ୍ଗଳା, ହୋଟେଲ ଆଦି ବୁକିଂ ଶେଷ ହୋଇଥିବା ଜଣା ପଡ଼ିଛି।ଦାରିଙ୍ଗବାଡ଼ିର ପର୍ଯ୍ୟଟନ ସ୍ଥଳ ଗୁଡିକରେ ଆବଶ୍ୟକ ଭିତ୍ତି ଭୂମି ଅଭାବ ରହିଥିଲେ ସୁଧା, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏପରି ଆକୃଷ୍ଟ କରିଛିଯେ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ନୂତନ ଜଳପ୍ରପାତ ପାଟାବାନ୍ଧା ସମେତ ମିଡିଆବାନ୍ଦା, ହିଲଭିୟୁ, ନେଚର ପାର୍କ, ଲଭର୍ସ ପଏଣ୍ଟ, କଫି ବଗିଚା ଆଦି କ୍ଷେତ୍ରରେ ଭିଡ଼ ଦେଖିବାକୁ ମିଳୁଛି।

nis-ad
Leave A Reply

Your email address will not be published.