ମାଁ ସୁରାଦେଇ ସେବାସଂଘ ଗଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ଆଜି ମାଁ ସୁରାଦେଇ ସେବାସଂଘ ଗଠନ ଓ କର୍ମକର୍ତ୍ତା ଚୟନ ହୋଇଯାଇଛି।ଖଜୁରୀପଡା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ବହୁବର୍ଷ ପୂର୍ବରୁ ବିଭିନ୍ନ ସମସ୍ୟାରେ ସାମିଲ ହୋଇ ଜନମଙ୍ଗଳ କାର୍ଯ୍ୟ କରିଆସୁଥିବା ବେଳେ ଖଜୁରୀପଡାର ଆରାଧ୍ୟା ଠାକୁରାଣୀ ମାଁ ସୁରାଦେଇଙ୍କ ନାମରେ ଆଜି ବିଦ୍ଧିବଦ୍ଧ ଭାବେ ସଂଘ ଗଠନ କରି ଆଗାମୀ ଦିନରେ ଅନେକ ଜନମଙ୍ଗଳ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ବିଭିନ୍ନ ସମୟରେ ଖଜୁରୀପଡା ବ୍ଲକରେ ବହୁ ସମାଜସେବୀ ଯୁବବର୍ଗ ବିଭିନ୍ନ ଦୁର୍ଘଟଣା, ବନ୍ଯା ବାତ୍ଯା, ଭଳି ଅନେକ ବିପଦ ଆପଦରେ ଦିନରାତି କାମ କରୁଥିବା ବେଳେ ଆଗକୁ ମଧ୍ଯ ମାଁ ସୁରାଦେଇ ସେବାସଂଘ ମାଧ୍ୟମରେ ଏକତ୍ରୀତ ହୋଇ ଜନମଙ୍ଗଳ କାର୍ଯ୍ୟ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନେକ ସମୟରେ ବହୁ ଗରୀବ ନିସହାୟ ପରିବାର ପ୍ରତି ସମ୍ବେଦନଶୀଳତା ହୋଇ ଅନେକ ସମୟରେ ଏହି ଯୁବଗୋଷ୍ଠୀ ସେମାନଙ୍କୁ ସହାୟତାର ହାତ ବଢାଇ ଆସିଥିବା ବେଳେ ଅନେକ କ୍ଷେତ୍ରରେ କିଛି ଦୁରାରୋଗ୍ୟ ରୋଗୀଙ୍କୁ କଟକ ଭୂବନେଶ୍ୱରକୁ ନେଇ ଚିକିତ୍ସା କରାଇବା ଭଳି କାର୍ଯ୍ୟ ମଧ୍ଯ କରିଆସିଛନ୍ତି। ଏହି ମାଁ ସୁରାଦେଇ ସେବାସଂଘ ଗଠନ ପରେ ଆଗାମୀ ଜାନୁଆରୀ ୧୦ ତାରିଖରେ ମାଁ ସୁରାଦେଇ ସେବାସଂଘକୁ ବହୁ ମାନ୍ୟଗଣ୍ୟ ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରାଯିବ ବୋଲି ସଂଘ ତରଫରୁ ସୁଚନା ପ୍ରଦାନ କରାଯାଇଛି। ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଚିନ୍ତାଧାରାରୁ ଉର୍ଦ୍ଧ୍ବରେ ରହି ମାଁ ସୁରାଦେଇ ସେବାସଂଘ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବ ବୋଲି ଆଜି ସମସ୍ତେ ମତବ୍ୟକ୍ତ କରିଛନ୍ତି। ଆଜିର ଏହି ନବଗଠିତ ମାଁ ସୁରାଦେଇ ସେବାସଂଘର ପ୍ରସ୍ତୁତି ବୈଠକରେ ସଭାପତି ବିକାଶ କୁମାର ଦିଗାଲ, ଉପ-ସଭାପତି ସମୀର ପ୍ରସାଦ ଝାଙ୍କର, ସାଧାରଣ ସମ୍ପାଦକ ଗୋଲକବିହାରୀ ମଲିକ,ସମ୍ପାଦକ ରାଇ କିଶୋର ପ୍ରଧାନ, ଆଇନ ପରାମର୍ଶଦାତା ରଂଜନ କୁମାର କହଁର, ସାମାଜିକ ଗଣମାଧ୍ୟମ ସଂଯୋଜକ ସତ୍ୟପ୍ରିୟ ମହାପାତ୍ରଙ୍କୁ ଚୟନ କରାଯାଇଛି।ସେହିଭଳି ସଂଘର ଉପଦେଷ୍ଟା ତଥା ମାର୍ଗଦର୍ଶକ ଭାବେ ଅନନ୍ତ କୁମାର ଦିଗାଲ, ଅବନୀ କୁମାର ବେହେରା, ବିଭୁତି ଭୂଷଣ ମହାନ୍ତି,ସାନୁଜ କୁମାର ଦିଗାଲଙ୍କୁ ଚୟନ କରାଯାଇଛି।ସେହିଭଳି ସଂଘର ସମସ୍ତ ସଭ୍ଯ ହ୍ରୁଷିକେଷ ଖୁଣ୍ଟିଆ, ପ୍ରୀୟବ୍ରତ ବେହେରା, ସୁଧାଂଶୁ କୁମାର ବେହେରା, ଅଚ୍ୟୁତ ଯାନୀ,ଭାବିନ୍ଦ୍ର କହଁର, ତାପସ କୁମାର ଦଣ୍ଡିଆ, ଦଶରଥ ସାହୁ,ଆସ୍ତିକ ମଲିକ,ସୁଜିତ କୁମାର କହଁର,ସୁନିଲ କୁମାର ବେହେରା,ଅଭିମନ୍ୟୁ କହଁରପ୍ରଭାତ କିଶୋର ସାହୁ, ସୁବୁଦ୍ଧି ଗଣ୍ଡା, ବୁଦ୍ଧିଆ ଗଣ୍ଡା, ଲଳିତ କୁମାର ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.