ଜିଏସଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକରୁ ମାଡ ମାରି ଲୁଟ ଘଟଣାରେ ୪ଜଣକୁ ଗିରଫ କଲା ଛତ୍ରପୁର ପୋଲିସ

୧ ଲକ୍ଷ ୪୦ ହଜାର ଟଙ୍କା, ୬୦ ବସ୍ତା ପାନ ମସଲା, ଦୁଇଟି କାର ଓ ୫ ଟି ଫୋନ ଜବତ, ସାମ୍ମାଦିକ ସମ୍ମିଳନୀ ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି

ଛତ୍ରପୁର : ଜିଏସଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକକୁ ଅଟକାଇ ଚାଳକକୁ ମାଡ ମାରି ୬୦ ବସ୍ତା ପାନ ମସଲା ଲୁଟ ନେବାସହ ଟଙ୍କା ମାଗିବା ଘଟଣା ପର୍ଦ୍ଦାଫାସ କରିଛି ଛତ୍ରପୁର ପୋଲିସ । ଏହି ଘଟଣାରେ ସଂପୃକ୍ତ ୪ଜଣକୁ ଗରିଫ କଲା ପୋଲିସ । ଏହି ଘଟଣା ସଂର୍ପକରେ ଛତ୍ରପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀକରି ଗଞ୍ଜାମ ଅତିରିକ୍ତ ଏସପି ପି.କେ.ଦଲେଇ ଘଟଣାର ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ଘଟଣାରେ ୪ଜଣକୁ ଗିରଫ କରିଛି । ଗିରଫ ମାନେ ହେଲେ ଛତ୍ରପୁରର ଦେବାଶିଷ ପଟ୍ଟନାୟକ ଓରଫ ଜଗା ,ସୁଶାନ୍ତ କୁମାର ଦଲେଇ ଓରଫ ଦିପୁ , ଟି.ଗୋପାଳ ଓ ବ୍ରହ୍ମପୁର ର ସିମାଚଂଳ ପଣ୍ଡା । ଚଳିତ ମାସ ୨୧ ତାରିଖରେ ଏକ ଟ୍ରକ କଲକତା ରୁ ବ୍ରହ୍ମପୁର ପାନ ମସଲା ଧରି ଆସୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ ଉଜଳେଶ୍ୱରୀ ମନ୍ଦିର ନିକଟରେ ଏକ କାର ଆଣି ଟ୍ରକକୁ ଅଟକାଇ ଅପରାଧିମାନେ ନିଜକୁ ଜିଏସଟି ଅଫିସର କହି ଟଙ୍କା ମାଗିଥିଲେ ପରେ ଚାଳକକୁ ମାଡ ମାରିବା ସହ ୬୦ ବସ୍ତା ପାନ ମସଲା ନେଇଯାଇଥିଲେ । ଏବଂ ମାଲିକକୁ ୫ ଲକ୍ଷ ଟଙ୍କା ଡିମେଣ୍ଡ କରିଥିଲେ । ପରେ ଫୋନ ପେ ରେ ୧ .୪୦ ହଜାର ଟଙ୍କା ଦେଇଥିଲେ ।ଏହି ଘଟଣା ସଂପର୍କରେ ଗାଡି ଚାଳକ ଏମ.ରମେଶ ୨୫ ତାରିଖ ଦିନ ଛତ୍ରପୁର ଥାନାରେ ଘଟଣାରେ ସଂପର୍କରେ ଅଭିଯୋଗ କରିବା ସହ ଥାନାରେ ୮୨୨/୨୨ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ କରି ୪ଜଣକୁ ଗିରଫ ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୪୦ ହଜାର ଟଙ୍କା, ୫ଟି ଫୋନ, ୬୦ ବସ୍ତା ପାନ ମସଲା ଓ ଅପରାଧି ସମୟରେ ବ୍ୟବହାର ହୋଇଥିବା ଦୁଇଟି କାରକୁ ଜବତ କରିଛି ପୁଲିସ । ଘଟଣାର ଏବେବି ତଦନ୍ତ ଜାରି ରହିଛି ବୋଲି କହିଥିଲେ ଅତିରିକ୍ତ ଏସପି l ଆଜିର ସାମ୍ବାଦିକ ସମ୍ମିଳନୀ ରେ ଡ଼ିଏସପି ଅଜୟ କୁମାର ମିଶ୍ର, ସବ ଇନିସ୍ପେକ୍ଟର ସିଲୁ ଧଳ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.