ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଜଣେ ଜୀବନ୍ତ ଦଗ୍ଧ, ଅନ୍ୟ ଦୁଇଙ୍କ ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ଅନ୍ୟ ଜଣ ଗୁରୁତର…

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅଧିନସ୍ଥ ଦେୱକରଣ ଦଫାଈ ଅଞ୍ଚଳର କୁଡ଼ପାଣି ମାଇନସ ସମ୍ମୁଖ ରାସ୍ତା ମୁହାଣୀରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘଟିଥିବା ଜଣା ପଡ଼ିଛି ଏବଂ ଅନ୍ୟ ଜଣ ଗୁରୁତର । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଷୋମବାର ପୂର୍ବାହ୍ନ ସମୟ ପ୍ରାୟ ୧୦ ଟା ସମୟରେ କୁଡ଼ପାଣି ମାଇନ୍ସ ରାସ୍ତା ଗଡାଣି ରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ର ପେଟ୍ରୋଲ ଟାଙ୍କି ଫାଟି ଗାଡ଼ିରେ ନିଆଁ ଲାଗି ଉଭୟ ବାଇକ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବାଇକ ରେ ଥିବା ଜଣେ ଜୀବନ୍ତ ଦଗ୍ଧ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପ୍ରକାଶ । ଆଉ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି ।

ଦୁର୍ଘଟଣା ସ୍ଥଳରେ ଦୁଇଟି ବାଇକ ହୁ ହୁ ହୋଇ ଜଳୁଥିବା ଦେଖି ସେହି ବାଟ ଯାଉଥିବା ଏକ ପଦଚରି ବୀରମିତ୍ରପୁର ପୋଲିସ ଓ କୁଆଁରମୁଣ୍ଡା ଅଗ୍ନିସମ ବିଭାଗକୁ ଖବର ଦେବାରୁ ଉଭୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବା ସହ ଦୁର୍ଘଟଣାରେ ଗୁରୁତର ଆହତ ଦୁହେଁଙ୍କୁ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନା କୁ ସ୍ଥାନ୍ତରିତ କରିଥିବା ପ୍ରକାଶ । ଦୁର୍ଘଟଣାରେ ଜୀବନ୍ତ ଦଗ୍ଧ ଯୁବକ ହାତିବାରି ଥାନା ଅନ୍ତର୍ଗତ କୋକରାମା କରଦେଗା ଗ୍ରାମର ରାଜେଶ ତିଗା ( ୧୮ ବର୍ଷ ) ଓ ଯୋରେଙ୍ଗ ବାଡ଼ିଙ୍ଗ ( ୩୩ ବର୍ଷ ) ଅନ୍ୟ ଜଣେ ପଡୋଶୀ ରାଜ୍ୟ ଝାରଖଣ୍ଡ ସିମଡେଗା ଜିଲ୍ଲା ର କପଡା ବ୍ୟବସାୟୀ ଅଶୋକ ଅଗ୍ରୱାଲ ୫୫ ବର୍ଷ ବୋଲି ଜଣା ପଡ଼ିଛି । ସେ ଗୋଟିଏ ଘରାଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ତାଙ୍କର ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଆଖି ପତାରେ ଆଘାତ ଲାଗିବା ସୂତ୍ରରୁ ପ୍ରକାଶ । ସେହି ପରି ଅନ୍ୟ ଜଣ ଯୋରେଙ୍ଗ ବାଡିଙ୍ଗଙ୍କର ପେଟ୍ରୋଲ ଟାଙ୍କି ଫାଟି ନିଆ ଲାଗି ପିଠିରେ ପଡ଼ିବା ଫଳରେ ପିଠିପଛ ପଟ ପଡ଼ି ଯାଇଥିବା ବେଳେ ହାତ ଓ ଜଙ୍ଘର କିଛି ଅଂଶ ପୋଡିଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂତ୍ରରୁ ପ୍ରକାଶ ! ଦୁର୍ଘଟଣା କେମିତି ହେଲା କେହି ସଠିକ ଭାବେ କହି ପାରୁନଥିବା ବେଳେ କେତେକ ଗାଡ଼ିର ବେଗ ଅଧିକ ଥିବାରୁ ଏପରି ଦୁର୍ଘଟଣା ହେଇପାରେ ବୋଲି ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ବୀରମିତ୍ରପୁର ପୋଲିସ ଜୀବନ୍ତ ଦଗ୍ଧ ବ୍ୟକ୍ତିର ମୃତ ଦେହ ଜବତ କରିବା ସହ ନିଆଁରେ ପାଉସା ହେଇଥିବା ଦୁଇ ବାଇକ କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.