ଘନ କୁହୁଡି ଯୋଗୁ କାର୍‌କୁ ଧକ୍କା ଦେଲା କାର୍‌…

ଭଦ୍ରକ: ଘନ କୁହୁଡି ଯୋଗୁ କିଛି ବାଟଘାଟ ଦେଖାଯାଉ ନଥିବାରୁ ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଥିବା ଜାଣିପାରିଲାନି କାର୍ ଡ୍ରାଇଭର। ଫଳରେ ଦୁଇଟି କାର୍‌ ମଧ୍ୟରେ  ଧକ୍କା ହେବାରୁ  ୩ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗେଲପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଛି। ଆଜି ସକାଳେ ଏକ କାର୍ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ କାର୍‌ ମଧ୍ୟ ପଛରେ ଆସୁଥିଲା। ଘନ କୁହୁଡି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ ଗେଲପୁର ଛକ ନିକଟରେ ଏକ କାର୍ ଅନ୍ୟ କାର୍‌କୁ ପଛରୁ ଧକ୍କା ଦେଇଥିଲା। ଦୁଇଟି କାର୍‌ରେ ୭ଜଣ ଯାତ୍ରୀଥିବା ବେଳେ ୩ ଆହତ ହୋଇଥିଲେ। ପୁଲିସ ପହ଼ଞ୍ଚି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପୁଲିସ ଗାଡି ଗୁଡ଼ିକୁ ଜବତ କରି  ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.