ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ଓଡ଼ିଶାରୁ ୟୁପି ନିଆଯାଇ ନିର୍ଯାତନା…

ଭୁବନେଶ୍ୱର: ଓଡ଼ିଶାରୁ ୟୁପି । ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ୟୁପି ନିଆଯାଇ ନିର୍ଯାତନା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଦିନକୁ ୨ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ ଦଲାଲ । ଅକ୍ଟୋବର ୩୦ରେ ଉତ୍ତରପ୍ରଦେଶକୁ ନିଆଯିବା ପରେ ଦିଆଯାଇଥିଲା ମାନସିକ ନିର୍ଯାତନା । ଖୋଲା ପେଣ୍ଡାଲରେ ନଚାଇଲେ ।

ଏଥିସହ ମାସେ ଧରି ଏକ ଘରେ ରଖି ଦିଆଯାଇଥିଲା ଅକଥନୀୟ ନିର୍ଯାତନା । ଏପରିକି ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ସମାଜସେବୀ ସୁଚିସ୍ମିତା ପୃଷ୍ଟି ନୂଆପଲ୍ଲୀ ଥାନାରେ ଅବିଯୋଗ କରିବା ପରେ ୟୁପି ପୋଲିସ ସହାୟତାରେ ଗତକାଲି ରାତିରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ।

nis-ad
Leave A Reply

Your email address will not be published.