ନୂଆ ଭାରତରେ ବେକାରୀ ମୁଣ୍ଡ ଟେକୁଛି, ମୋଦୀଙ୍କୁ ଜାତୀୟ ପିତା କହିବା ଅପମାନ ସଦୃଶ: ସଞ୍ଜୟ ରାଉତ…

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ଭାରତର ଜାତୀୟ ପିତା ବୋଲି କହିବା ପ୍ରସଙ୍ଗକୁ ନେଇ ବିବାଦ ତେଜିବାରେ ଲାଗିଛି | ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ଏହାକୁ କଟୁ ସମାଲୋଚନା କରିଛନ୍ତି | ଆଜି ପ୍ରକାଶ ପାଇଥିବା ଶିବସେନାର ମୁଖପତ୍ର ‘ସାମନା’ରେ ସେ ଅମୃତାଙ୍କୁ ଟାର୍ଗେଟ କରିଛନ୍ତି |

ସେ ଅମୃତା ଫଡନାଭିସଙ୍କ ମତ ସହ ସହମତ କି ବୋଲି ସେ ବିଜେପିକୁ ପଚାରିଛନ୍ତି। ପାର୍ଟି ମୁଖପାତ୍ର ‘ସାମନା’ରେ ତାଙ୍କର ସାପ୍ତାହିକ ସ୍ତମ୍ଭ’ ରୋକଠୋକ’ରେ ରାଉତ ଏହା ମୋଦୀଙ୍କ ପାଇଁ ଏକ ଅପମାନ ବୋଲି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ‘ନୂତନ ଭାରତରେ ଭୋକ, ଅଭାବ, ବେକାରୀ ଏବଂ ଆତଙ୍କବାଦର ଭୂତମାନେ ମୁଣ୍ଡ ଟେକିଛନ୍ତି, ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୂଆ ଭାରତର ପିତା ବୋଲି କହିବା ତାଙ୍କ ପାଇଁ ଅପମାନ। ବାସ୍ତବରେ ଅମୃତା ଫଡନାଭିସ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ଆମର ଦୁଇ ଜଣ ଜାତୀୟ ପିତା ଅଛନ୍ତି। ନରେନ୍ଦ୍ର ମୋଦୀ ନୂତନ ଭାରତର ଜାତୀୟ ପିତା ହୋଇଥିବାବେଳେ ମହାତ୍ମା ଗାନ୍ଧୀ ହେଉଛନ୍ତି ପୁରୁଣା ଭାରତର ଜାତୀୟ ପିତା। ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଦଳର ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଜେପିରେ କେହି ବି ବୀର ସାବରକରଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି ବିବେଚନା କରନ୍ତି ନାହିଁ |

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସର୍ବଦା ସାବରକରଙ୍କୁ ବିରୋଧ କରୁଥିଲା। ଏହି ଲୋକମାନେ ଭାରତକୁ ପୁରୁଣା ଏବଂ ନୂତନରେ ବିଭକ୍ତ କରିଛନ୍ତି। ଉଲ୍ଲେଖ ଥାଉ କି, ଅମୃତାଙ୍କ ବୟାନକୁ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ, କଂଗ୍ରେସ ମଧ୍ୟ ତୀବ୍ର ବିରୋଧ କରିଥିଲେ |

nis-ad
Leave A Reply

Your email address will not be published.