ବାର୍ଡ ଫ୍ଲୁ ଆତଙ୍କ: ୬ ହଜାରରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ…

ଥିରୁଭନନ୍ତପୁରମ୍‌,: କେରଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି। ରାଜ୍ୟ ପଶୁପାଳନ ବିଭାଗ ସତର୍କ ସୂଚନା ଦେଇଛି। ରାଜ୍ୟର କୋଟ୍ଟାୟାମ ଜିଲାର ୩ଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬୦୦୦ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଶନିବାର ଜିଲାର ଭେଚୁର, ନନ୍ଦୁର ଏବଂ ଅର୍ପୁକାରା ପଞ୍ଚାୟତରେ ମୋଟ ୬,୦୧୭ ପକ୍ଷୀଙ୍କର ମୃତ୍ୟୁ ଘଟିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ପ୍ରକାଶ ଯେ ଭେଚୁରରେ ପ୍ରାୟ ୧୩୩ ଟି ବତକ ଏବଂ ୧୫୬ ଟି କୁକୁଡ଼ା, ନେନ୍ଦୁରରେ ୨,୭୫୩ ବତକ ଏବଂ ଅର୍ପୁକାରାରେ ୨,୯୭୫ ବତକଙ୍କ ମୃତ୍ୟୁ ଘଟିଛି।

ଲାକ୍ଷାଦ୍ୱୀପ ପ୍ରଶାସନ ବାର୍ଡ ଫ୍ଲୁ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି କେରଳରୁ କୁକୁଡ଼ା ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବାର୍ଡ ଫ୍ଲୁ ଯୋଗୁ କେରଳ କୁକୁଡ଼ା ଏବଂ ବତକ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳରେ ଅଣ୍ଡା, ମାଂସ, କୁକୁଡ଼ା ଏବଂ ଘରୋଇ ପକ୍ଷୀ ବ୍ୟବହାର ତଥା ବିକ୍ରୟ ଉପରେ ଜିଲ୍ଲା ପ୍ରଶାସନ ପୂର୍ବରୁ ନିଷେଧାଦେଶ ଜାରି କରିଛନ୍ତି। ଏଥିସହ ଯେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ନିଶ୍ଚିତ ହୋଇଛି ସେହିସବୁ ଅଞ୍ଚଳରେ ପ୍ରତିଷେଧକ ଔଷଧ ଲୋକଙ୍କୁ ବଣ୍ଟନ କରାଯିବା ସହ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୦୧୬ରେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ ଆଲାପୁଜା ଏବଂ ପଠାନାମଥିଟା ଜିଲ୍ଲାରେ ଅତି କମ୍‌ରେ ୫ ଲକ୍ଷ କୁକୁଡ଼ା ଏବଂ ବତକଙ୍କୁ ମାରି ଦିଆଯାଇଥିଲା।

nis-ad
Leave A Reply

Your email address will not be published.