ଚାଇନା ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସିଛନ୍ତି…

ବେଜିଂ: ଚାଇନାର ଏକ ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସି ରହିଛନ୍ତି | ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସେମାନେ ଫସି ରହିଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ସିନହୁଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସୁନା ଖଣି ଭୁଶୁଡ଼ି ପଡିଛି, ଯେଉଁଥିରେ ୧୮ ଜଣ ଲୋକ ଫଶି ରହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଘଟଣା ସମୟରେ ମୋଟ ୪୦ ଜଣ କର୍ମଚାରୀ ଖଣି ଭିତରେ ଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥିସହ ଅବଶିଷ୍ଟ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଚୀନର କିଂଘାଇ ଅଞ୍ଚଳରେ କୋଇଲା ଖଣି ଭୁଶୁଡ଼ିବା କାରଣରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ୨୦୨୧ ମସିହାରେ ଉତ୍ତର ଶାଂକ୍ସୀ ପ୍ରଦେଶର ଏକ କୋଇଲା ଖଣିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ୨୦୧୩ରେ ଯୋଗଚୁଆନ ଜିଲ୍ଲାର ଡିଆସୁଇଡୋଙ୍ଗ କୋଇଲା ଖଣିରେ ବିଷାକ୍ତ ହାଇଡ୍ରୋଜେନ୍ ସଲଫାଇଡ୍ ଲିକ୍ ହୋଇ ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ସୂଚନା ଥାଉ କି ଏକ ଆକଳନ ଅନୁଯାୟୀ, ଚାଇନାରେ ପ୍ରତିବର୍ଷ ୫୦୦୦ରୁ ଅଧିକ ଲୋକ ଏଭଳି ଦୁର୍ଘଟଣାରେ ପ୍ରାଣ ହରାନ୍ତି।

nis-ad
Leave A Reply

Your email address will not be published.