ପାତ୍ରପୁର ବର୍ବର ଆକ୍ରମଣର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ…

ବ୍ରହ୍ମପୁର : ୩ଦିନ ତଳେ ପାତ୍ରପୁର ବ୍ଲକର ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଜଣକୁ ହତ୍ୟା ସହ ୨ଜଣକୁ ମରଣାନ୍ତକ ଆକ୍ରମଣ ହେବାର ୩ଦିନ ପରେ ମଧ୍ଯ ପୋଲିସର ହାତ ଖାଲି। ଏହାକୁ ନେଇ ବିଜେପି ରାଜ୍ଯ ଉପସଭାପତି ତଥା ସାଂସଦପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମନୋରଂଜନ ଦ୍ଯାନସାମନ୍ତରା, ବ୍ଲକ ଅଧ୍ଯକ୍ଷା ୱାଇ ସଞ୍ଜୁକ୍ତାଙ୍କ ନେତୃତ୍ୱରେ ପୀଡିତାଙ୍କ ପରିବାର ସଦସ୍ଯ ଏମ୍. ଜୟାମ୍ମା ସହ ଭାଜପାର ୫୦ରୁ ଅଧିକ ପଦାଧିକାରୀ ଏବଂ କାର୍ଯ୍ଯକର୍ତ୍ତା ଆଜି ଦକ୍ଷିଣାଞ୍ଚଳ ପୋଲିସ ନିର୍ଦ୍ଦେଶକ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧ୍ଯକ୍ଷକଙ୍କୁ ସାକ୍ଷାତ କରି ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡିତ କ୍ଷତିପୂରଣ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଜରଡା ପୋଲିସର ନିଷ୍କ୍ରିୟତା ଏବଂ ଅପରାଧୀ ମାନଙ୍କୁ ଦଳୀୟ ଭିତ୍ତିରେ ପାତର ଅନ୍ତର କରି ଅପରାଧୀଙ୍କୁ ଉତ୍ସାହ ଦେବାର ପରିଣାମ ସ୍ୱରୂପ ଏପରି ଘଟିଥିବାର ଅଭିଯୋଗ। ନିର୍ବାଚନ ଯେତେ ପାଖଉଛି ଲୋକଙ୍କ ମନରେ ଭୟ ତିଆରି କରିବା ପାଇଁ ଶାସକ ଦଳ ସେତିକି ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି। ସ୍ପଷ୍ଟ ଦିବାଲୋକରେ ପାତ୍ରପୁରର ସାମନ୍ତିଆପଲ୍ଲୀରେ ଯେଉଁ ଘଟଣା ଘଟିଲା ତାହା ବିହାରର ଜଙ୍ଗଲରାଜ ଠାରୁ ବଳିଗଲା ଏବଂ କଲେଜ ନିକଟରେ ଏପରି ଘଟଣା ଘଟାଇ ନୂଆ ଯୁବ ପୀଢ଼ିଙ୍କୁ ଅପରାଧର ଭୟ ସହ ଅପରାଧୀ ହେବାର ଶିକ୍ଷା ଦେବାର ଏକ ପ୍ରୟାସ ଶାସକଦଳ କରୁଛିକି ବୋଲି ପ୍ରଶ୍ନ କରିଛନ୍ତି। ଜରଡା ଥାନା ପୁରା ଏକପାଖିଆ ଭାବରେ ଶାସକଦଳ ପାଇଁ କାର୍ଯ୍ଯକରି ଆସୁଅଛି ବୋଲି ଆଜି ପାତ୍ରପୁରର ଅଞ୍ଚଳରେ ଅପରାଧ କରିବା ପାଇଁ ଅପରାଧିମାନେ ସାହସ ଜୁଟାଉଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ସହ ପୀଡିତାର ପରିବାରକୁ ଏବେ ମଧ୍ଯ ଅପରାଧୀ ମାନଙ୍କ ନିକଟ ସମ୍ପର୍କୀୟ ଧମକ ଦେଉଥୁବା ଯୋଗୁଁ ସେମାନଙ୍କୁ ସୁରକ୍ଷାଦେବା ପାଇଁ ଜଣାଇଛନ୍ତି। ଏଥିର ଭାରତୀୟ ଜନତା ପାର୍ଟିର ରାଜ୍ଯ କାର୍ଯ୍ଯକାରଣୀ ସଦସ୍ଯା ତଥା ମହିଳାମୋର୍ଚ୍ଚା ସଭାନେତ୍ରୀ ମୀନାଦ୍ଯାନ ସମାନ୍ତରା, ଜିଲ୍ଲା ଉପସଭାପତି ୱାଇ. ମୋହନ ରାଓ, ବିଧାନସଭା ସଂଯୋଜକ ଆପନା ପ୍ରଧାନ, ଜରଡା ପ୍ରଭାରୀ ଆଇ.ବାଳକୃଷ୍ଣ ରେଡି, ପାତ୍ରପୁର ମଣ୍ଡଳ ସଭାପତି ଇସିରୁ କାଳୀଦାସ ରେଡି, ସୁରଙ୍ଗି ମଣ୍ଡଳ ସଭାପତି ରଂଜନ ପ୍ରଧାନ, ପିତାତଳି ମଣ୍ଡଳ ସଭାପତି ଏସ୍. ରେଣୁକେଶ୍ୱର ରାଓ, ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍. ତିରୁପତି, ସମିତି ସଭ୍ଯ ପ୍ରଶାନ୍ତ ସାହୁ, ଜୟନ୍ତିପୁର ସମିତି ସଭ୍ଯ ବାଲାଜୀ ପାଢୀ, ମନୁସେନା ସଂଯୋଜକ ସରୋଜ ପଣ୍ଡା, ଜିଲ୍ଲା ସମ୍ପାଦିକା ଓ.ନଗମା, ଚାନ୍ଦପୁର ସମିତିସଭ୍ଯ ଅକ୍ଷୟ ସେଠୀ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ଟୁନା ପ୍ରଧାନ, ଉମାକାନ୍ତ ପ୍ରଧାନ, ଏମ୍.ପାଣ୍ଡୁ ପାତ୍ର, ଏମ୍. ପୁରୁଷୋତ୍ତମ, ଏମ୍.ତୁଳସାମ୍ମା, ଏମ୍. ରାମାରାଓ ସମେତ ୫୦ରୁ ଅଧିକ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। ତୁରନ୍ତ ଦୃଷ୍ଚାନ୍ତମୂଳକ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନକଲେ ଜରଡା ଥାନା ଘେରାଓ କରାଯିବ ବୋଲି ଭାଜପା ଚିକିଟି କହିଛି।

nis-ad
Leave A Reply

Your email address will not be published.