କୋଣାର୍କ ଗସ୍ତରେ ୫ଟି ସଚିବ: ବିଭିନ୍ନ କାମର ଅଗ୍ରଗତି ନେଇ କଲେ ସମୀକ୍ଷା…

ପୁରୀ: ଆଜି ୫ଟି ସଚିବ ଭି କେ ପାଣ୍ଡିଆନ୍ କୋଣାର୍କ ଯାଇ ଚନ୍ଦ୍ରଭାଗା ବେଳାଭୂମିର ବିକାଶ, କୋଣାର୍କ-ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ। କାମର ଅଗ୍ରଗତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ।

କୋଣାର୍କ-ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ ୨୦୨୩ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ୫ଟି ସଚିବଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଏସପି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୋରରେ ପୁରୀ ଜିଲ୍ଲାପାଳ ଓ ଅନ୍ୟ ଉଚ୍ଚଅଧିକାରୀଙ୍କ ସହ ଫାଇଭ-ଟି ସଚିବ ଚନ୍ଦ୍ରଭାଗାରେ ପହଞ୍ଚି ୪୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ମ୍ୟାପକୁ ଅନୁଧ୍ୟାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।
ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହସ୍ପିଟାଲ୍ ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତି ର ସମୀକ୍ଷା କରିଥିଲେ। ୨୦୨୩ ଜୁନ ସୁଦ୍ଧା ହସ୍ପିଟାଲ୍ କାମ ଶେଷ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି।

nis-ad
Leave A Reply

Your email address will not be published.