ବରୁଣ ଭୋଇ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ବାହାଡ଼ା ସାହି ଛକରେ ବରୁଣ ଭୋଇ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବରେ ସୁନିତା କହଁର, ତାରିଣୀ ମାଟିଆ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବାଳକୃଷ୍ଣ ବେହେରା,ଗୋବିନ୍ଦ ବେହେରା କାହ୍ନୁ ସାମନ୍ତରାୟ, ସମୀର ଭୋଇ ବୟ ଜ୍ୟେଷ୍ଠ ଖେଳାଳୀ ବରୁଣ ଭୋଇଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ବରୁଣ ଭୋଇ ଜଣେ ଭଲ ଖେଳାଳୀ ଥିଲେ ଏକାଧାରାରେ ସମାଜସେବୀ, ରାଜନେତା ଓ ଗରିବର ବନ୍ଧୁ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ l ଟୁର୍ନାମେଣ୍ଟ ପରିଚାଳନା ସଭାପତି କିଟୁ ଭୋଇ ଅତିଥିଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ ତନୁଜ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ l ଉପସଭାପତି ପ୍ରଭଞ୍ଜନ କହଁର, ସହସମ୍ପାଦକ ସୁଶାନ୍ତ ମଲ୍ଲିକ, ପ୍ରଦୀପ କହଁର ମିରେନ ନାୟକ, ବିକ୍ରମ ଭୋଇ, ରାଜେଶ ଦିଗାଲ, କାନ୍ତ ଭୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପ୍ରଥମ ସେଟରେ ଚାହାଳୀ ସହ ଲାଇନପଡା ଖେଳ ହୋଇଥିଲା l ଦୁଇଟି ଯାକ ସେଟରେ ଚାହାଳୀ ବିଜୟ ହାସଲ କରିଥିଲl l ସେହିପରି ଦ୍ଵିତୀୟ ସେଟ ରେ ଟିକାବାଲି ଶୁଭମ ସିକ୍ସ ସହ ବାଲିଗୁଡ଼ା ନୂଆଗାଁ ଖେଳ ହୋଇଥିଲା ଏଥିରେ ଶୁଭମ ସିକ୍ସ ବିଜୟ ହାସଲ କରିଥିଲେ l ରେଫରୀ ଭାବେ ଶିବ ପାଣିଗ୍ରାହୀ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.