୩୧ ଦିନରେ ପହଞ୍ଚିଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା, ସମର୍ଥନ କଲା ଭାଜପା

ବୁଗୁଡ଼ା : ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କରସ୍ ଆସୋସିଏସନ ଡାକରାରେ ୮ ଦଫା ଦାବି ନେଇ ବୁଗୁଡ଼ା ବ୍ଲକର ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନଙ୍କର ଦାବି ଗୁଡିକର ସ୍ଥାୟୀ ସମାଧାନ ପାଇଁ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କର ଆସୋସିଏସନ୍ ପକ୍ଷରୁ ନିର୍ଦ୍ଦେଶକ ଏବଂ ସରକାରଙ୍କୁ ବାରମ୍ବାର ଚିଠି କଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ତେଣୁ ଗତ ନଭେମ୍ବର ୨୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଅଙ୍ଗନୱାଡି କର୍ମୀମାନେ ଲିଖିତ ଆକାରରେ ବୁଗୁଡ଼ା ସିଡିପିଓଙ୍କୁ ସ୍ମାରକ ପତ୍ର ଦେଇ ଧାରଣାରେ ବସିଥିଲେ। ଏବେ ୩୧ ଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ଧାରଣା ବଳବତ୍ତର ରହିଛି । ଏହି ଆନ୍ଦୋଳନ ଫଳରେ ବୁଗୁଡ଼ା ବ୍ଲକର ୧୦ଟି ସେକ୍ଟର ଅନ୍ତର୍ଗତ ୨୩୦ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୬ଟି କେନ୍ଦ୍ର ପ୍ରମୁଖ ଧାରଣାରେ ସାମିଲ ହୋଇ ସେମାନଙ୍କ ନ୍ୟାଯ୍ୟ ଦାବିକୁ ସମର୍ଥନ କରି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ନେଇ ଆଶ୍ବାସନା ଦେଇଥିଲେ । ଏଥିସହ ସଂଘ ତରଫରୁ ଏକ ସ୍ମାରକ ପତ୍ର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.