୨ୟ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୩୧୪ ରନ୍‌; ବାଂଲାଦେଶର ୨ୟ ପାଳି ଆରମ୍ଭ

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ଢାକାସ୍ଥିତ ଶେର୍‌ ବାଂଲା ନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ନିଜର ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୩୧୪ ରନ୍‌ ସଂଗ୍ରହ କରିଛି। ଆୟୋଜକ ବାଂଲାଦେଶ ଟସ୍‌ ଜିଣି ଗୁରୁବାର ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ପାଳିରେ ୨୨୭ ରନ୍‌ ସଂଗ୍ରହ କରିଥିଲା ବେଳେ ଦ୍ବିତୀୟ ପାଳିରେ ଶୁକ୍ରବାର ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍‌ ନହରାଇ ୭ ରନ୍‌ କରିଛି। ଫଳରେ ବାଂଲାଦେଶ ଉଭୟ ଇନିଂସ ଆଧାରରେ ୮୦ ରନ୍‌ ପଛରେ ରହିଛି।

ତେବେ ଭାରତର ମଜବୁତ୍‌ ସ୍କୋରରେ ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ବଡ଼ ଭୂମିକା ରହିଛି। ପନ୍ତ ୧୦୫ଟି ବଲ୍‌ ଖେଳି ୯୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୭ଟି ଓ ୫ଟି ଛକା ମାରିଥିଲେ। ସେହିପରି ଯୁବ କ୍ରିକେଟ୍‌ର ଶ୍ରେୟସ ଆୟର ୧୦୫ଟି ବଲ୍‌ ଖେଳି ୧୦ଟି ଚୌକା ୨ଟି ଛକା ବଳରେ ୮୭ ରନ୍‌ ସଂଗ୍ରହ କରିଥିଲେ।

ଭାରତ ପ୍ରଥମ ଦିନରେ ଗୁରୁବାର କୌଣସି ୱିକେଟ୍‌ ନହରାଇ ୧୯ ରନ୍‌ ସଂଗ୍ରହ କରିଥିଲା। ଟିମ୍‌ ଇଣ୍ଡିଆ ପାଇଁ ପ୍ରାରମ୍ଭିକ ବ୍ୟାଟ୍‌ର ତଥା ଅଧିନାୟକ କେଏଲ୍‌ ରାହୁଲ ୧୯ ରନ୍‌, ଶୁଭମାନ୍‌ ଗିଲ୍‌ ୨୦ ରନ୍‌, ଚେତେଶ୍ବର ପୂଜାର ଓ ବିରାଟ କୋହଲି ୨୪-୨୪ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଅକ୍ଷର ପଟେଲଙ୍କ ବ୍ୟାଟ୍‌ରୁ ୪ ରନ୍‌ ମିଳିଥିଲା ବେଳେ ରବିଚନ୍ଦ୍ରନ ଅଶ୍ବିନ ୧୨ ରନ୍‌ ଯୋଡ଼ିଥିଲେ। ଜୟଦେବ ଉନାଦକଟ ଅପରାଜିତ ୧୪ ରନ୍‌ ଓ ଉମେଶ ଯାଦବ ୧୪ ରନ୍‌ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜଙ୍କ ବ୍ୟାଟ୍‌ରୁ ୭ ରନ୍‌ ଅମଳ ହୋଇଥିଲା।

nis-ad
Leave A Reply

Your email address will not be published.