ନିଜକୁ ନିଜେ ବିସ୍ଫୋରଣରେ ଉଡ଼ାଇ ଦେଲା ଆତଙ୍କବାଦୀ, ପୁଲିସ୍‌ କର୍ମଚାରୀ ମୃତ

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦର ଆଇ-୧୦/୪ ସେକ୍ଟରରେ ଜଣେ ଆତଙ୍କବାଦୀ ଆଜି ଆତ୍ମଘାତୀ ହମଲା କରିଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ପୁଲିସ୍‌ କର୍ମଚାରୀ ଓ ୨ ଜଣ ସାଧାରଣ ଲୋକ ରହିଛନ୍ତି। କାର୍‌ ଦ୍ୱାରା ଆତଙ୍କବାଦୀ ଜଣକ ହମଲା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବିସ୍ଫୋରଣରେ ବ୍ୟବହୃତ କାର୍‌ ରାସ୍ତା ଉପରେ ଜଳୁ ଥିବାରୁ ଭିଡିଓ ସାମ୍ନାକୁ ଆସିଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ୍‌ କହିଛି ଯେ ସକାଳ ୧୦.୧୫ରେ ଗୋଟିଏ କାର୍‌ରେ ଜଣେ ମହିଳା ଓ ଜଣେ ପୁରୁଷ ଯାଉଥିବା ବେଳେ ସେମାନଙ୍କୁ ଆଇ-୧୦/୪ ପାଖରେ ଯାଞ୍ଚ ପାଇଁ ଅଟକା ଯାଇଥିଲା। ଦମ୍ପତି ଗାଡ଼ି ମଧ୍ୟରୁ ବାହାରିବା ପରେ ପୁଲିସ୍‌ କର୍ମୀମାନେ କାର୍‌ ଭିତରେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ସମୟରେ ବ୍ୟକ୍ତି ଜଣକ ପୁଣି ଗାଡ଼ି ଭିତରକୁ ଯାଇଥିଲା ଓ ଯାଞ୍ଚ ଚାଲିଥିବା ବେଳେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏହି ବିସ୍ଫୋରଣରେ ଇଗଲ ସ୍କ୍ୱାଡର ଜଣେ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେହିପରି ଗାଡ଼ିରେ ଥିବା ମହିଳାଙ୍କ ସମେତ ଆଉ ଜଣେ ସାଧାରଣ ଲୋକ ଆହତ ହୋଇଥିବା ଡିଆଇଜି ସୋହାଲି ଜାଫର କହିଛନ୍ତି। ଅନ୍ୟପକ୍ଷରେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। 

nis-ad
Leave A Reply

Your email address will not be published.