ମୃତ୍ୟୁ ପୂର୍ବରୁ ବଡ଼ ଝିଅ ଲିପିକାଙ୍କ ପାଖକୁ ଗୋବିନ୍ଦ ଲେଖିଥିଲେ ଚିଠି

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍ ଭିତରେ ପ୍ରାଣ ହରାଇବା ପୂର୍ବରୁ ତାଙ୍କ ଝିଅ ପାଖକୁ ଲେଖିଥିଲେ ଶେଷ ଚିଠି। ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ୍ ମିଳିଥିଲା। ଏହି ଏନଭଲପ୍ ଭିତରେ ଥିବା ଚିଠିଟି ତାଙ୍କ ବଡ଼ ଝିଅ ଉଦ୍ଦେଶ୍ୟରେ ଥିଲା ବୋଲି  ସୂଚନା ମିଳିଛି। ମାଟିଆ ଏନଭଲପ୍ ଭିତରେ ଥିବା ଚିଠିଟି ୨ଟି ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି।

ଏନଭଲପ୍ ଉପରେ ବଡ଼ ଝିଅ ଲିପିକା ସାହୁ ମାର୍ଫତ ପତ୍ନୀ ସୁଷମା ସାହୁ ଲେଖାଯାଇଥିବା ସୂଚନା ମିଳିଛି। ହେଲେ ଏବେ ସୁଦ୍ଧା ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାକୁ ଏହି ଚିଠିଟି ମିଳି ପାରିନାହିଁ। କଣ୍ଟାବାଞ୍ଜି ପୁଲିସ ଏନଭଲପଟିକୁ ଜବତ କରି ତାକୁ ସିଲ୍‌ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

କଣ୍ଟାବାଞ୍ଜି ଉପ-କାରାଗାରରେ ଗୋବିନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ୩ ଦିନ ପରେ ତଦନ୍ତରୁ କଣ ତଥ୍ୟ ମିଳିଛି ଏଯାଏଁ ସ୍ପଷ୍ଟ କରିନାହିଁ। ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଜେଲ୍ ଭିତରକୁ ଯାଇ ଘଟଣାର ତଦନ୍ତ କରିଥିଲେ।

ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ ଆଣିବା ପରେ ତାଙ୍କ ମୃତ୍ୟୁ ରହସ୍ୟ ଭିତରକୁ ଠେଲି ହୋଇଯାଇଛି। ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଛି। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଗତକାଲି କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ କିମ୍ବା ହାଇକୋର୍ଟଙ୍କ ତତ୍ୱାବଧାନରେ ଏସ୍‌ଆଇଟ୍‌ ତଦନ୍ତ କରିବାକୁ ଦାବି କରିଥିଲା।

ଗତ ୨୦ ତାରିଖରେ ଗୋବିନ୍ଦ ସାହୁଙ୍କର ମୃତ୍ୟୁ ଘଟିଥିଲା। ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ଜେଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

nis-ad
Leave A Reply

Your email address will not be published.