କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଦେଶର ୨୩ଟି ଭାଷା ପାଇଁ ଘୋଷଣା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହୋଇଛି। ଓଡ଼ିଶାର କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। କବିତା ସଂକଳନ ‘ଦୟାନଦୀ’ ପାଇଁ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ସୂଚନା ଦିଆଯାଇଛି।

ଲେଖିକା ଗାୟତ୍ରୀ ବାଳା ପଣ୍ଡା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। କବିତା ସଂକଳନ ‘ଦୟାନଦୀ’ ପାଇଁ ତାଙ୍କୁ ଏହି ସମ୍ମାନଜନକ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ପ୍ରଦାନ କରାଯିବ। ଗାୟତ୍ରୀବାଳା ପଣ୍ଡା ଏକାଧାରରେ ଜଣେ କବି, ଲେଖିକା, ଏବଂ ଗାଳ୍ପିକା। ଆହତ ପ୍ରତିଶୃତି, ଅସ୍ପଷ୍ଟ ଈଶ୍ୱର, ଗାଁ, ଯେତିକି ଦିଶୁଛି ଆକାଶ, ଆଖି ନାହିଁ କାନ ନାହିଁ ଇତ୍ୟାଦି ତାଙ୍କଦ୍ବାରା ଲିଖିତ କବିତା ଗୁଡିକ ପାଠକୀୟ ଆଦୃତି ଲାଭ କରିଛି। ସେହିପରି ସେ ଲେଖିଥିବା ବିର୍ସଜନ, ନିଜକୁ ନେଇ ସତ ଗପ ଆଦି କ୍ଷୁଦ୍ର ଗଳ୍ପ ପାଠକ ବେଶ୍ ପସନ୍ଦ କରିଛନ୍ତି ।

ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡାଙ୍କ ଝିଅ ଗାୟତ୍ରୀବାଳା ପଣ୍ଡା ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ୧୯୭୭ ମସିହା ଅପ୍ରେଲ ୧୭ରେ ଜନ୍ମଗ୍ରହଣ କରିଥିଲେ। ସାଦେଇପୁର, ବାଲିକୁଦା ଓ କଟକରେ ପାଠ ପଢ଼ିଥିବା ଗାୟତ୍ରୀବାଳାଙ୍କ କଳାରେ ଆଗ୍ରହ ଥିବା ଦେଖି ତାଙ୍କ ବାପା ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ। ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ଛାତ୍ରୀ ସଂସଦର ସଭାନେତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଏହାପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଏବଂ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

nis-ad
Leave A Reply

Your email address will not be published.