୨ୟ ଟେଷ୍ଟ : ଅଶ୍ବିନ-ଉମେଶଙ୍କ ଘାତକ ବୋଲିଂ, ବାଂଲାଦେଶ ୨୨୭ରେ ଅଲଆଉଟ୍

ଢାକା : ଢାକାର ଶେର-ଏ ବାଂଲା ନାସନାଲ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ୨ୟ ଟେଷ୍ଟରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ମୋମିନୁଲ ହକଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଦଳର ଦୁଇ ଓପନର ଜାକିର ହାସାନ ଓ ନାଜମୁଲ ହୋସେନ ସାଣ୍ଟୋ ଏକ ଭଲ ଆରମ୍ଭ କରିଥିଲେ ବି ତାହାକୁ ବଡ଼ ସ୍କୋରରେ ପରିବର୍ତ୍ତନ କରିପାରିନଥିଲେ । ତେବେ ୩ୟ ସ୍ଥାନରେ ଆସିଥିବା ମୋମିନୁଲ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ସେ ୮୪ ରନ କରି ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ ।ସେ ଗୋଟିଏ ପଟ କ୍ରିଜରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ ବ୍ୟାଟ୍ସମ୍ୟାନମାନଙ୍କ ଯିବା ଆସିବା ଲାଗି ରହିଥିଲା । ଲିଟନ ଦାସ ୨୫ ଓ ମୁସଫିକୁର ରହିମ ୨୬ରନ କରିଥିଲେ ।

ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଜୟଦେବ ଉନାଡକଟ ୨ଟି ଓ୍ବିକେଟ ନେଇଥିଲେ । ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ବାଂଲାଦେଶକୁ ୧୮୮ ରନରେ ପରାସ୍ତ କରିଥିଲା । ଫଳରେ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି ।

nis-ad
Leave A Reply

Your email address will not be published.