ପାଠପଢ଼ୁପଢ଼ୁ ପେନସିଲ ଚୋପା ନେଲା ଶିଶୁର ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଛଅର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟ ହୋଇଯାଇଥିଲା। ମୃତ ଶିଶୁ ଜଣକ ପ୍ରଥମଶ୍ରେଣୀରେ ପାଠପଢ଼ୁଥିବା ଜଣାପଡ଼ିଛି।

କୋତବାଲିର ପହାଡିବୀର ଗ୍ରାମରେ ରହୁଥିବା ମୃତ ଶିଶୁର ବାପା ନନ୍ଦକିଶୋରଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ପୁଅ ଅଭିଶେଷ, ଝିଅ ଅଶିକା ଓ ଅର୍ତିକା ଛାତ ଉପରେ ବସି ପାଠପଢ଼ୁଥିଲେ। ଏହି ସମୟରେ ଅର୍ତିକାଙ୍କ ପେନସିଲ ମୁନ ଘୋରି ହୋଇଯାଇଥିଲା। ତେଣୁ ‌ସେ ତାହାକୁ କଟର‌ରେ କାଟିଥିଲେ। ମୁହଁରେ କଟର ଧରି ପେନସିଲ କାଟୁୁଥିବା ବେଳେ ଅସାବଧାନତାବଶତଃ ପେନସିଲ ଚୋପା ଅର୍ତିକାଙ୍କ ଗଳାରେ ଫସି ଯାଇଥିଲା। ‌ଆଉ ସେ ନିଶ୍ବାସ-ପ୍ରଶ୍ବାସ ନନେଇ ପାରି କଷ୍ଟ ହେବାରୁ ଚଟାଣରେ ଗଡ଼ି ଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ଚିକିତ୍ସା ପାଇଁ ହସ୍ପିଟାଲ ଆଣିଥିଲୁ। ସେଠାରେ ଡାକ୍ତର ଶିଶୁକୁ ଦେଖିବା ପରେ ମୃତ ବୋଲି ଘୋଷଣା କରିଥିଲେ।

ଏହି ଖବର ଶୁଣିବା ପରେ ପୂରା ଗ୍ରାମରେ ଶୋକରଛାୟା ଖେଳି ଯାଇଥିଲା। ଅର୍ତିକାଙ୍କ ମା’-ବାପା ଝିଅକୁ ହରାଇ ପାଗଳପ୍ରାୟ ହୋଇଯାଇଥିଲେ। ତେବେ ଏହି ଘଟଣାକୁ ନେଇ ଡାକ୍ତର କହିଛନ୍ତି, ଛୋଟ ପିଲାମାନଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତାହାଲେ ଯାଇ ଏପରି ଘଟଣାକୁ ରୋକା ଯାଇ ପାରିବ। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଥିଲା। ନିକଟରେ ଜଣେ ଛୋଟ ପିଲା ଖେଳୁଖେଳୁ ଟିଭି ‌ରିମୋଟ ବ୍ୟାଟେରୀ ଗିଳି ଦେଇଥିବା ଖବର ମିଳିଥିଲା।

nis-ad
Leave A Reply

Your email address will not be published.