୨୦୨୪ରେ ମହାକାଶକୁ ମଣିଷ ପଠାଇବ ଭାରତ

ନୂଆଦଲ୍ଲୀ : ୨୦୨୪ ୪ର୍ଥ ତିନିମାସରେ ଭାରତ ମହାକାଶକୁ ମାନବଯୁକ୍ତ ମହାକାଶଯାନ ପଠାଇବ ବୋଲି କେନ୍ଦ୍ର ସରକାର ସଂସଦକୁ ସୂଚୀତ କରିଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ତଥା ମହାକାଶ ବିଜ୍ଞାନ, ପରମାଣୁ ଶକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ୨୦୨୪ରେ ଗଗନଯାନ କାର୍ଯ୍ୟକ୍ରମ ଅଧିନରେ ପ୍ରଥମେ ୨ୟ ମାନବବିହୀନ ମହାକାଶ ଯାନ ପଠାଯିବା ପରେ ଏକ ମାନବଯୁକ୍ତ ମହାକାଶଯାନ ପଠାଯିବ ।
ସେ କହିଛନ୍ତି ଯେ ଆସନ୍ତା ଜାନୁଆରି-ମାର୍ଚ୍ଚ ମଧ୍ୟରେ ଗଗନଯାନ ମିସନର ପ୍ରଥମ ମାନବ ବିହୀନ ମହାକାଶ ଯାନ ପଠାଯିବ । ସେହିପରି ୨୦୨୩ ଜୁଲାଇ-ସେପ୍ଟେମ୍ବର ମାସରେ ୨ୟ ମାନବ ବିହୀନ ମହାକାଶ ଯାନ ପଠାଯିବ । ଏହାପରେ ୨୦୨୪ ଜାନୁଆରି-ମାର୍ଚ୍ଚ ମଧ୍ୟରେ ଭାରତ ମହାକାଶକୁ ନିଜର ପ୍ରଥମ ମାନବଯୁକ୍ତ ମହାକାଶ ଯାନ ପ୍ରେରଣ କରିବ ।

ପ୍ରାୟ ୧୦ ହଜାର କୋଟି ଟଙ୍କାର ଏହି ମହାକାଶ ଅଭିଯାନ ମାଧ୍ୟମରେ ୩ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିବେ । ସେମାନେ ମହାକାଶରେ ୫ରୁ ୭ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରିବେ ।

ଏହି ମହାକାଶଚାରୀଙ୍କ ଚୟନ ଓ ତାଲିମ ଶେଷ ହୋଇଛି । ସେମାନେ ପ୍ରଥମେ ରୁଷ ଓ ଏବେ ବେଙ୍ଗାଲୁରୁରେ ମିସନ ସମ୍ପର୍କିତ ତାଲିମ ନେଉଛନ୍ତି । ରୁଷର ବୈଷୟିକ ସହଯୋଗରେ ଏହି ମିସନ କାର୍ଯ୍ୟକାରୀ କରାଯାଉଛି ।

nis-ad
Leave A Reply

Your email address will not be published.