ଦେଶ ଏବେ ଅନ୍ଧାର ସମୟ ଦେଇ ଗତି କରୁଛି: ମମତା ବାନାର୍ଜୀ

କୋଲକାତା: ୫୦ ବର୍ଷ ତଳର ଲୋକପ୍ରିୟ ବେଙ୍ଗଲୀ ଫିଲ୍ମର ଗୋଟିଏ ଗୀତକୁ ମନେ ପକାଇ ଦେଶ ଅନ୍ଧାର ସମୟ ଦେଇ ଗତି କରୁଛି ଓ ଏକତା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍କ ଷ୍ଟ୍ରିଟରେ ଥିବା ଆଲେନ ପାର୍କରେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମର ଉଦଘାଟନ କରିବା ବେଳେ ମମତା ଏପରି କହିଛନ୍ତି।

ମମତା କହିଛନ୍ତି, “ଆମ୍ମି ଓନ୍ଧୋକାରେର ଯାତ୍ରୀ, ପ୍ରଭୁ ଆଲୋର ଦ୍ରିଷ୍ଟି ଦାଓ ବା ମୁଁ ଅନ୍ଧାକାର ଦେଇ ଗତି କରୁଛି, ପ୍ରଭୁ ମୋତେ ଆଲୋକର ରାସ୍ତା ଦେଖାଅ।” ମମତା ବାନାର୍ଜୀ ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଏହି ଗୀତକୁ ମନେ ପକାଇ ଏକତା ଓ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି।

ସେ କହିଛନ୍ତି, “ଶାନ୍ତି ପ୍ରତିଷ୍ଠା କରାଯାଉ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବା ଜରୁରୀ। ବିଭିନ୍ନ ଧର୍ମର ବିଭିନ୍ନ ଗୁରୁ ରହିଛନ୍ତି। କିନ୍ତୁ ଆମେ ବିଭାଜନରେ ବିଶ୍ୱାସ କରି ନଥାଉ। ଆମେ ବିଭାଜନ କରୁନା, ଏକତା ସୃଷ୍ଟି କରିଥାଉ। ଏକତା ହେଉଛି ଆମର ବଳ ଓ ବିଭାଜନ ଅତ୍ୟନ୍ତ ବିପଦଜନକ।”

କାର୍ଯ୍ୟକ୍ରମ ବେଳେ ସେ ପର୍ଯ୍ୟଟନ ମନ୍ତ୍ରୀ ବାବୁଲ ସୁପ୍ରିଓ ଓ ସଂସ୍କୃତି ମନ୍ତ୍ରୀ ଇନ୍ଦ୍ରାନୀଲ ସେନଙ୍କୁ ପ୍ରଭୁ ଯୀଶୁଙ୍କ ବିଭିନ୍ନ ଗୀତ ମନେ ପକାଇବାକୁ କହିଥିଲେ। ସେମାନେ ଗୀତ ଗାଇବାରୁ ସେ ଏହାକୁ ପ୍ରଶଂସା ମଧ୍ୟ କରିଥିଲେ।

nis-ad
Leave A Reply

Your email address will not be published.