ଝିଅର ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ହଣାକଟାରେ ଜାରି ଜଣ ଆହତ ଓ ଜଣେ ଗୁରୁତର

ଟାଙ୍ଗି: କମେଣ୍ଟ ମାରିବା ଘଟଣାକୁ ନେଇ ହଣାକଟା । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗୋବର୍ଦ୍ଧନପୁରରେ ବୁଲିଲା କଟୁରୀ । କାଟୁରି ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଏଭଳି ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଗୁରୁତର ଅଛନ୍ତି। ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିଙ୍କ ନାମ ଗିରିଧାରୀ ଦାସ ।

ଅନ୍ୟ ୩ ଜଣ ହେଲେ ଗିରିଧାରୀଙ୍କ ଭାଇ ବୋହୁ ଦେବସ୍ମିତା ଦାସ, ଭାଇ ନିତ୍ୟାନନ୍ଦ ଦାସ, ୩୨ ବର୍ଷ ଅନ୍ୟ ଜଣେ ମହିଳା ହେଉଛନ୍ତି ଅଂଜୁ ମଣ୍ଡଳ । ଭୁଷଣ୍ଡପୁର ଫାଣ୍ଡି ପୋଲିସ୍ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ଅଂଜୁ ମଣ୍ଡଳଙ୍କ ଝିଅ ଜଣେ ପୁଅକୁ ଭଲ ପାଇ ଘରୁ ପଳାଇ ଯାଇ ପ୍ରେମ ବିବାହ କରିଥିଲେ । ସେହି କଥାକୁ ନେଇ ଗାଁର ଅନ୍ୟ ଏକ ପରିବାର ବାରମ୍ବାର ଟାହି ଟାପରା କରନ୍ତି । ଦାସ ପରିବାର ଓ ମଣ୍ଡଳ ପରିବାରର ମହିଳାଙ୍କ ଟାହି ଟାପରାକୁ ନେଇ ଫାଣ୍ଡିରେ ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ଏହି ଘଟଣାର ଫାଣ୍ଡିରେ ମୀମାଂସା ହେବାର ସ୍ଥିର ହୋଇଥିଲା । ତେବେ ମୀମାଂସା ପୂର୍ବରୁ ଉଭୟ ପରିବାର ମଧ୍ୟରେ କଟୁରୀ ଓ ଧାନ କଟା ଦା’ରେ ଆକ୍ରମଣ ହୋଇଛି । ଏହା ପରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.