କ୍ରୁଜ୍‌ ଡ୍ରଗ୍ସ ମାମଲା: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇର ଚର୍ଚ୍ଚିତ କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରୁ ଆର୍ଯ୍ୟନ ଖାନଙ୍କ ନାମ ହଟାଇବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ଜନହିତ ଆବେଦନକୁ ପ୍ରତ୍ୟାହାର କରି ନିଆଯାଇଛି। ବମ୍ବେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସଞ୍ଜୟ ଗଙ୍ଗାପୁରୱାଲାଙ୍କ ନେତୃତ୍ୱାଧୀନ ବେଞ୍ଚର ନିର୍ଦ୍ଦେଶ ପରେ ଆବେଦନ ପ୍ରତ୍ୟାହାର ହୋଇଛି।

ସୂଚନାଥାଉ କି, କୋର୍ଡେଲିଆ କ୍ରୁଜ୍‌ ଉପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ୨ ଅକ୍ଟୋବର ୨୦୨୧ରେ ଚଢ଼ାଉ କରିଥିଲା। ଏହାପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଏନ୍‌ସିବି ଅଟକ ରଖିଥିଲା। ପରେ ସେମାନଙ୍କୁ ଏନ୍‌ଡିପିଏସ୍‌ ଆକ୍ଟର ସେକ୍ସନ ୮ସି, ୨୦୮, ୨୭ ଏବଂ ୩୫ ଅଧୀନରେ ଗିରଫ କରାଯାଇଥିଲା।

ଏହି ମାମଲାରେ ଆର୍ଯ୍ୟନ୍‌ ୨୮ ଦିନ ପର୍ଯ୍ୟନ୍ତ ଜେଲ୍‌ରେ ରହିଥିଲେ। ତାଙ୍କ ଉପରେ ଇଣ୍ଟରନ୍ୟାସନାଲ ମାର୍କେଟରେ ଡ୍ରଗ୍ସ ଟ୍ରେଡିଂର ଅଭିଯୋଗ ଲାଗିଥିଲା। କହି ରଖୁଛୁ, କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦୋଶରେ ଖଲାସ କରିଥିଲା। ଏନ୍‌ସିବି ଚାର୍ଜସିଟ୍‌ରେ କହିଥିଲା ଯେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ଯାହାକୁ ନଜରରେ ରଖି ତାଙ୍କୁ କ୍ଲିନ୍‌ ଚିଟ୍‌ ମିଳିଥିଲା।

nis-ad
Leave A Reply

Your email address will not be published.