ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ବନ୍ଦ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ଏହି ନୋଟିସ ଜାରି କରିଛନ୍ତି । ତୁରନ୍ତ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। ୩ ମାସ ପୂର୍ବେ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବସିବାକୁ ମହିଳାଙ୍କୁ ଅନୁମତି ଦେଇଥିଲା ତାଲିବାନ । ଏବେ ପ୍ରବେଶିକା ପରୀକ୍ଷା ଦେଇ ବିଶ୍ୱବିଦ୍ୟାଳୟରେ ପଢିବାକୁ ସ୍ୱପ୍ନ ଦେଖିଥିବା ମହିଳାଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି।

ଗତବର୍ଷ ଅଗଷ୍ଟରେ କଠୋରପନ୍ଥି ଇସଲାମବାଦୀଙ୍କ ହାତକୁ ଏହି ଦେଶର ଶାସନ ଭାର ଯିବା ପରେ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଆଧାରରେ ସ୍ୱତନ୍ତ୍ର କକ୍ଷ ଓ ପ୍ରବେଶ ସହିତ ନୂଆ ନିୟମ କରାଯାଇ ପାଠପଢ଼ା ଚାଲିଥିଲା। ମହିଳାମାନଙ୍କୁ କେବଳ ମହିଳା କିମ୍ବା ବୟସ୍କ ପ୍ରଫେସରମାନେ ପାଠ ପଢାଇ ପାରୁଥିଲେ । ତାଲିବାନର ଏପରି ନିୟମରେ ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟିନୋ ଗୁଟେରସ। ପ୍ରତ୍ୟେକ ମହିଳାଙ୍କୁ ଶିକ୍ଷା କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବାକୁ ସେ ତାଲିବାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ସେଠାରେ କିଶୋରୀମାନଙ୍କ ପ୍ରାଥମିକ ଠାରୁ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ିବା ଉପରେ କଟକଣା ଲଗାଯାଇଥିଲା। ଫଳରେ ଏହା ଝିଅମାନଙ୍କ ଉଚ୍ଚ ଶିକ୍ଷା ଉପରେ ଏକପ୍ରକାର ଅନିଶ୍ଚିତ କଟକଣା ସୃଷ୍ଟି କରି ଦେଇଥିଲା।

nis-ad
Leave A Reply

Your email address will not be published.