ସାଧୁଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ପିଙ୍ଗି ଦେଲେ

ଜୟପୁର: ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ଘଟଣା ଲୋକଙ୍କ ମନରୁ ଏବେବି ଯାଇନି। ଏହାରି ଭିତରେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଜଣେ ୬୦ ବର୍ଷୀୟ ସାଧୁଙ୍କୁ ହତ୍ୟା ପରେ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦିଆଯାଇଛି। ରାଜସ୍ଥାନର ଧୌଲପୁର ଜିଲ୍ଲାରୁ ଆସିଛି ଏଭଳି ଏକ ଚକିତ କଲା ଭଳି ଘଟଣା। ଏଠାକାର ଏକ ନଦୀ କୂଳରୁ ସାଧୁଙ୍କ ଅନେକ ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡ ମିଳିଛି।

ସୂଚନା ମୁତାବକ, କଞ୍ଜନପୁର ଥାନାଅଞ୍ଚଳର ବାମଣୀ ଜଙ୍ଗଲ ନିକଟରେ ଥିବା ପାର୍ବତୀ ନଦୀ କଳରୁ ବୁଧବାର ଏକ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ବୁଧବାର ସକାଳେ କିଛି ସ୍ଥାନୀୟ ଲୋକେ ୪ଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଅଖାରୁ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଗାଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଉକ୍ତ ମୃତଦେହଟି ୬୦ ବର୍ଷୀୟ ବହାବୁଦ୍ଦିନ ଖାନ୍‌ଙ୍କ ଥିବା ଜଣାପଡିଛି। ତାଙ୍କ ମୃତଦେହର ଅନେକ ମାଂସ ଖଣ୍ଡକୁ ନଦୀ କୂଳରୁ ପୁଲିସ ଜବତ କରିଛି।

କୁହାଯାଉଛି ଯେ, ଉକ୍ତ ସାଧୁ ଜଣକ ଭୀମଗଡ ଗାଁରେ ରହୁଥିଲେ। ସେ ମୁସଲିମ୍ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଗତ ୧୦ ବର୍ଷ ହେବ ସେ ଣ୍ଟୋଟରୀ ଗାଁର ବିହଡ ସ୍ଥିତି ଠାକୁରାଣୀ ମନ୍ଦିରରେ ପୂଜା କରୁଥିଲେ। ଏହାବ୍ୟତୀତ ସେ ମନ୍ଦିରର ଦେଖାରଖା ମଧ୍ୟ କରୁଥିଲେ। ତେବେ କେଉଁ କାରଣରୁ ଓ କିଏ ସାଧୁଙ୍କ ହତ୍ୟା କରିଛି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.