୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ରାଜ୍ୟକୁ ବହୁଛି ଉତ୍ତରାପବନ । ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ଚାରିଆଡ଼େ ଶୀତର ପ୍ରକୋପ । ଗତ ଦୁଇ ଦିନ ହେବ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ୫ ଡିଗ୍ରୀ ସେଲସିୟସ୍‌କୁ ଖସିଛି ରାତିର ସର୍ବନିମ୍ନ ତାପପାତ୍ରା । ସେହିପରି ରାଜ୍ୟର ୧୦ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ସେଲିସୟିସ ରହିଛି । ଶୀତ ସାଙ୍ଗକୁ ଘନ କୁହୁଡ଼ି ପଡୁଛି । ଦେଖାଯାଉନି ରାସ୍ତାଘାଟ । ଶୀତ ସାଙ୍ଗକୁ କୁହୁଡ଼ିରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୨ ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ୨ ଦିନ ପରେ ଉତ୍ତରା ପବନ ପ୍ରବାହ କମିବା ସହ ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ସେଲିସିୟସ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା ସମେତ ଦାରିଙ୍ଗବାଡ଼ି। ଗତ ୪୮ ଘଣ୍ଟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଉଛି। ଫୁଲବାଣୀରେ ତାପମାତ୍ରା ୭.୫ଡିଗ୍ରୀ ଥିବା ବେଳେ,ଦାରିଙ୍ଗବାଡିରେ ମଧ୍ୟ ୮ରୁ ୧୦ ଡିଗ୍ରୀ ଭିତରେ ରହିଥିଲା ତାପମାତ୍ରା। ଶୀତୁଆ ସକାଳର ମଜା ନେଉଛନ୍ତି ଲୋକ। କେତେକ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଚା’ ଖଟିରେ ମଧ୍ୟ ଜମୁଛି ଭିଡ଼। ଦାରିଙ୍ଗିବାଡ଼ି ଆଦି ଅଞ୍ଚଳରେ ଶୀତ ସହ କୁହୁଡ଼ି ପଡୁଛି । ଏବେ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି।

nis-ad
Leave A Reply

Your email address will not be published.