ପ୍ରଶାସନର ଉପସ୍ଥିତିରେ ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତାର ଚିମିନି

ଢେଙ୍କାନାଳ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତାର ଚିମିନି । ପ୍ରଶାସନର ଉପସ୍ଥିତିରେ ଭାଙ୍ଗିଲା ଚିମିନି । ଢେଙ୍କାନାଳ ମେରାମଣ୍ଡଳୀ କୁରୁଣ୍ଡି ଗାଁରେ ଥିବା ଲାନକୋ କମ୍ପାନୀର ୧୬୦ ମିଟର ଉଚ୍ଚତା ଓ ୧୮ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବିଶାଳକାୟ ଚିମିନି ମାଟିରେ ମିଶିଛି । କମ୍ପାନି ପକ୍ଷରୁ ୨୦୧୦ ମସିହାରେ ନିର୍ମିତ ହୋଇଥିଲା ଚିମିନି । ନିର୍ମାଣ ପରଠାରୁ ଦିନେ ବି କାର୍ଯ୍ୟକ୍ଷମ ହୋଇନଥିଲା ।

ପୂର୍ବରୁ ଚିମିନିକୁ ଭାଙ୍ଗିବାକୁ ୨ ଥର ଉଦ୍ୟମ କରାଯାଇଥିଲା । ଚିମିନି ଭାଙ୍ଗିବାକୁ ରାଜସ୍ଥାନରୁ ଏକ ବିଶେଷଜ୍ଞ ଟିମ୍‌ ନିୟୋଜିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ଚିମିନିର ୪ କିଲୋମିଟର ଚତୁଃପାର୍ଶ୍ୱରେ ପୋଲିସ ମୂତୟନ ହୋଇଥିଲେ । ଚିମିନି ଭାଙ୍ଗିବା ପାଇଁ ପୂର୍ବଥର ୭୫୦ କେଜି ବିସ୍ଫୋରକକୁ ୨ଟି ଧାଡିରେ ୨୫ଶହ ଗର୍ତ୍ତରେ ଭର୍ତ୍ତି କରାଯାଇ ଚିମିନି ଭାଙ୍ଗିବାକୁ ଉଦ୍ୟମ କରାଯାଇଥିବା ସୂଚନା ଦେଇଥିଲେ ବିସ୍ଫୋରକ ଦଳ ମୂଖ୍ୟ ଆନନ୍ଦ ଶର୍ମା ।

nis-ad
Leave A Reply

Your email address will not be published.