ଓୱେସୀଙ୍କ ପାର୍ଟି ଅଫିସ ଭିତରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

ହାଇଦ୍ରାବାଦ: ସାଂସଦ ଅସାଦୁଦ୍ଦିନ ୱୱେସୀଙ୍କ ଏଆଇଏମଆଇଏମ ପାର୍ଟିର ସ୍ଥାନୀୟ କର୍ପୋରେଟରଙ୍କ ଅଫିସରେ ବଡ଼ ଅଘଟଣ ଘଟିଛି। ଅଜଣା ଦୁର୍ବୃତ୍ତମାନେ ଅଫିସ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ ହେଁ ଏଯାଏ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର ଲଳିତ ବାଗ ଅଞ୍ଚଳରେ ଥିବା ପାର୍ଟି ଅଫିସରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନଙ୍କ ଛୁରୀ ମାଡ଼ରେ ୨୨ ବର୍ଷୀୟ ମୁର୍ତାଜ ଅନସଙ୍କ ଜୀବନ ଯାଇଛି। ସେ ଜଣେ ସ୍ଥାନୀୟ କର୍ପୋରେଟଙ୍କ ପୁତୁରା ବୋଲି କୁହାଯାଉଛି।

ତାଙ୍କୁ ଏକାଧିକ ଛୁରୀ ମାଡ଼ ହେବାରୁ ସେ ଅଫିସ ଭିତରେ ହିଁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଓୱେସୀଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲକୁ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପୁଲିସ୍‌ ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ ଆରମ୍ଭ କରିଛି। କ’ଣ ପାଇଁ ଓ କିଏ ଅନସଙ୍କୁ ହତ୍ୟା କରାଗଲା, ସେକଥା ଜଣାପଡ଼ିନି।

nis-ad
Leave A Reply

Your email address will not be published.