ସ୍କୁଲ ହତା ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ସ୍କୁଲ ହତା ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପ୍ରେମ ବ୍ୟାପାରକୁ ନେଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ବାଲିଚନ୍ଦ୍ରପୁର ଥାନା ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ଏହା ପଛରେ ଆଉ କିଛି କାରଣ ଅଛି ସେଥିନେଇ ସସପେନ୍ସ ଜାରି ରହିଛି।

ମୃତ ଛାତ୍ରୀ ହେଲେ ଗ୍ରାମର ପଙ୍କଜ ରାଉତଙ୍କ ଝିଅ ସାଇ ସ୍ୱରୂପା ରାଉତ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ପ୍ରେମ ବ୍ୟାପରକୁ ନେଇ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଏପଟେ ଝିଅକୁ ସେହି ଗ୍ରାମର ସାଗର ବିଶ୍ୱାଳ ନାମକ ଜଣେ ଯୁବକ ଗତ ୨ ମାସ ହେବ ପିଛା କରୁଥିଲା। ଅନେକ ସମୟରେ ହ୍ଵାଟ୍ସଆପ ରେ ମେସେଜ ଦେବା ସହ ହଇରାଣ ହରକତ କରୁଥିଲା। ତେବେ ଗତକାଲି ରାତିରେ ଝିଅ ଘରୁ କିଛି ସୁନା ଗହଣା ଓ ଟଙ୍କା ନେଇ ଚାଲିଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଝିଅର କୌଣସି ସନ୍ଧାନ ପାଇନଥିଲେ। ତେବେ ଗତକାଲି ରାତି ୪ଟା ସମୟରେ ଝିଅ ସ୍କୁଲ ଘରେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଖବର ଯାଇଥିଲା। ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରିବା ସହ ଝିଅକୁ ହତ୍ୟା କରାଯାଇଥିବା ବାପା ପଙ୍କଜ ରାଉତ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ଏହି ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗତକାଲି ରାତି ପ୍ରାୟ ୩ଟାରେ ସାଗର ୧୧୨ ରେ ଫୋନ କରି ଜଣାଇଥିଲା କି ସାଇ ସ୍ଵରୂପା ଓ ତାର ପ୍ରେମ ସମ୍ପର୍କକୁ ପରିବାର ଲୋକେ ବିରୋଧ କରିବାରୁ ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସାଇ ସ୍ୱରୂପା ପ୍ରଥମେ ରସି ଲଗାଇ ଝୁଲି ଯିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଭୟ କରି ରହି ଯାଇଥିଲା ସାଗର । ୧୧୨ ରୁ ବାଲିଚନ୍ଦ୍ରପୁର ଥାନାକୁ ଫୋନ ଆସିବା ପରେ ବାଲିଚନ୍ଦ୍ରପୁର ପୋଲିସ ଯୁବକ ସହିତ କଥା ହୋଇ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିଥିଲା ଏବେ ଯୁବକ ଜଣକ ଥାନାରେ ଅଟକ ରହିଥିବା ପୋଲିସ ସୂଚନା ଦେଇଛି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି କହିଛନ୍ତି ସାଗରଙ୍କ ପରିବାର ଲୋକେ। ଏପଟେ ଝିଅକୁ ହତ୍ୟା କରାଯାଇଥିବା ବାପା ପଙ୍କଜ ଅଭିଯୋଗ ଆଣିବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

nis-ad
Leave A Reply

Your email address will not be published.