ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ ବୋଲି କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ସମ‌ାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।

ଗୃହର ଅଧ୍ୟକ୍ଷ ଅନୁମତି ଦେବା ସତ୍ତ୍ବେ ତାଙ୍କୁ ରାଜ୍ୟସଭାରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ୍‌ରେ ଭାରତ-ଚୀନ୍‌ ସଂଘର୍ଷ ବିଷୟରେ ଅଲୋଚନା କରାଇ ଦିଆଗଲା ନାହିଁ ବୋଲି ଶୁକ୍ରବାର ଦିନ କହିବା ପରେ ଖଡ଼ଗେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ଟୁଇଟ୍‌ କରି ଖଡ଼ଗେ କହିଛନ୍ତି, ଡୋକ୍‌ଲାମ୍‌ ଅଞ୍ଚଳର ସିଲିଗୁଡ଼ି କରିଡର୍‌ ଅନ୍ତର୍ଗତ ଜାମଫେରି ରିଜ୍‌ ପର୍ଯ୍ୟନ୍ତ ଚୀନା ସେନା ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଏହା ଆମ ଜାତୀୟ ନିରାପତ୍ତା ନିମନ୍ତେ ବଡ଼ ଚିନ୍ତାର ବିଷୟ।

ଖଡ଼ଗେଙ୍କ ବିବୃତି ପରି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ମଧ୍ୟ ‘ଭାରତ ଯୋଡ଼ୋ ଯାତ୍ରା’ର ୧୦୦ତମ ଦିବସରେ କହିଛନ୍ତି ଯେ, କେନ୍ଦ୍ର ସରକାର ବିପଦକୁ ଅବଜ୍ଞା କରି ପ୍ରକୃତ ତଥ୍ୟ ଲୁଚାଉଛନ୍ତି।

ସାମ୍ପ୍ରତିକ ପରିସ୍ଥିତିରୁ ମୋର ଯାହା ମନେହୁଏ, ଚୀନ୍‌ ଛୋଟଧରଣର ଆକ୍ରମଣ ନୁହେଁ, ପୂର୍ଣ୍ଣକାଳୀନ ଯୁଦ୍ଧ ନିମନ୍ତେ ପ୍ରସ୍ତୁତି ଚଳାଇଛି। ବିପଦ ସ୍ପଷ୍ଟ ଜଣାପଡୁଛି କିନ୍ତୁ, ଆମ ସରକାର ସେ ବିପଦକୁ ଅବଜ୍ଞା କରୁଛନ୍ତି। କେନ୍ଦ୍ର ସର୍ବସାଧାରଣଙ୍କ ନିକଟରେ ପ୍ରକୃତ ତଥ୍ୟ ଲୁଚାଉଛନ୍ତି, କିନ୍ତୁ ବେଶୀ ଦିନ ପର୍ଯ୍ୟନ୍ତ ତଥ୍ୟ ଲୁଚାଇ ପାରିବେ ନାହିଁ ବୋଲି ରାହୁଲ୍‌ ଗାନ୍ଧୀ କହିଛନ୍ତି।

nis-ad
Leave A Reply

Your email address will not be published.