ବୁଗୁଡ଼ା ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ…


ବୁଗୁଡ଼ା : ତା ୧୬/୨୨/୨୨ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ୨୧ଟି ଉଚ୍ଚ ବିଦ୍ୟାଳୟ ଓ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥିରୁ ୧୪ ବର୍ଷରୁ କମ୍ କନିଷ୍ଠ ବର୍ଗର ମୋଟ ୧୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୭୯ ଜଣ ବାଳକ ଓ ୩୬ ଜଣ ବାଳିକା ରହିଥିବା ବେଳେ ୧୭ ବର୍ଷରୁ କମ୍ ବରିଷ୍ଠ ବର୍ଗର ୧୫୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୧୦୩ ଜଣ ବାଳକ ଓ ୫୨ ଜଣ ବାଳିକା ରହିଥିଲେ । ଉକ୍ତ ଦ୍ବିଦିବସୀୟ କ୍ରୀଡା ମହୋତ୍ସବ ଅବସରରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, ଟ୍ରିପଲ୍ ଜମ୍ପ୍,

ସଟପୁଟ୍ ଥ୍ରୋ , ଡିସକ୍ସ୍ ଥ୍ରୋ , ଜାଭଲିନ୍ ଥ୍ରୋ, କବାଡି , ଖୋ-ଖୋ , କ୍ରିକେଟ୍ ଓ ଯୋଗାସନ ଆଦି ୧୧ଟି ବିଷୟରେ ଅନୁଷ୍ଠିତ ମୋଟ ୩୬ଟି ପ୍ରତିଯୋଗିତା ମଧ୍ୟରୁ କନିଷ୍ଠ ବର୍ଗ ପାଇଁ ୧୬ଟି ଓ ବରିଷ୍ଠ ବର୍ଗ ପାଇଁ ୨୦ଟି ରହିଥିଲା । ଉକ୍ତ ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର , ସୁଦର୍ଶନ ଖଟୁଆ, ଦୁତିକୃଷ୍ଣ ପାତ୍ର, ବିକ୍ରମ ବେହେରା , ଗୋପାଳ ପାତ୍ର, ପ୍ରଣବ ମହାନ୍ତି ଓ ସିଦ୍ଧାର୍ଥ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ଏହି କ୍ରୀଡା ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ବିଇଓ କବିବର ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ସିମାଞ୍ଚଳ ସେଠୀ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରୁ କୃତିତ୍ବ ହାସଲ କରିଥିବା ୧୨୦ ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଥିସହ ଆଗାମୀ ଜୋନାଲ୍ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀଙ୍କୁ ମଧ୍ୟ ଚୟନ କରାଯାଇଥିଲା । ପରିଶେଷରେ ବୁଗୁଡ଼ା ବ୍ଲକ କ୍ରୀଡା ସଂଗଠନ ସମ୍ପାଦକ ବିଶ୍ବେଶ୍ବର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.