କିନ୍ନର ସଶକ୍ତି କାର୍ଯ୍ୟକ୍ରମ ଓ ସଚେତନତା କର୍ମଶାଳା…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପ୍ରଶାସନ ଓ ସ୍ବାତୀର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ ଟ୍ରାନସ୍କେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ଦିଲ୍ଲିପ କୁମାର କହଁର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ପରିଷଦର ଉପାଦକ୍ଷା ସାଧବାଣୀ ନାୟକ ଯୋଗଦେଇଥିଲେ । ପଂଚାୟତ ସମିତିର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରି ସୁନିଲ କୁମାର ମଲ୍ଲିକ ସମସ୍ତ ପଂଚାୟତ ପ୍ରତିନିଧି ଙ୍କୁ ସ୍ବାଗତ କରିବା ସହ ସ୍ବୀକୃତୀ ଯୋଜନା ଫଳରେ କିପରି ଉପେହିତ କିନ୍ନର ମାନଙ୍କୁ ସଶକ୍ତି କରିବା କହିଥିଲେ, ବ୍ଳକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ କିନ୍ନର ମାନଙ୍କ ଶିକ୍ଷା ସମସ୍ୟା ଉପରେ ଆଲୋକପାତ କରିଥିଲେ, ସ୍ବାଧିନତା ୭୫ ବର୍ଷ ପରେ କିପରି ସେମାନେ ମୌଳିକ ସୁବିଧା ରୁ ବନଙତ ହେବା ସହ, ଥଟ୍ଟା ଓ ପରିହାସର ସିକାର ହେଉଛନ୍ତି ତାର କିପରି ସଚେତନତା ମାଧ୍ୟମରେ ସମାଧାନ ହେବ ସେଥି ପ୍ରତି କହିଥିଲେ । କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରିବାକୁ ହେଲେ ସବୁ ସୁରରେ ବାଛ ବିଚାରକୁ ପଛରେ ପକାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ଜୀବନ ଜୀବିକା ସୃଦୃଢ କରିବାକୁ ହେବ ବୋଲି ଅଧକ୍ଷ ମତବ୍ୟକ୍ତ କରିଥିଲେ । ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟର ଅଧକ୍ଷ ଜ୍ୟୋତି ରଞ୍ଜନ ଜେନା ସାମାଜିକ ବାଛ ବିଚାର ଦୂର କରିବା, ସ୍ୱାସ୍ଥ୍ୟ ସେବା ଓ ସାଧାରଣ ବ୍ୟକ୍ତି ଙ୍କ ସଚେତନତା କିନ୍ନର ମାନଙ୍କୁ ଆଗେଇନବାର ସହାୟତା ହେବ । ଏହା ସରକାର , ସର୍ବସାଧାରଣ ଓ ଲୋକ ମାନଙ୍କ ମିଳିତ ପ୍ରୟାସରେ ସମ୍ଭବ, ଏହି ଭିନ୍ନ ଧରଣ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସମିର କୁମାର ଚୌଉଧିରି ଉପସ୍ଥିତ ରହି ସାମାଜିକ ସୁରକ୍ଷାରେ ହିତାଧିକାରି କିଭଳି ପେନସନ, ପ୍ରୋତ୍ସାହନ ଓ ସ୍ୱୀକୃତି ଯୋଜନା ସହ ଜୋଡି ହେବେ ତାହା ଆଲୋକପାତ କରିଥିଲେ । ପୁଲିସ ଅଧିକାରୀ ବାସନ୍ତ ବେହେରା କିନ୍ନର ମାନଙ୍କ ପ୍ରତି ହିଂସା ଓ ତାଙ୍କ ସମ୍ମାନ ପ୍ରତି ଅଂଶଗ୍ରହଣ କାରିକୁ କହିଥିଲେ । ଗ୍ରାମ ପଂଚାୟତ ପ୍ରତିନିଧି ନିଜ ପଂଚାୟତରେ କିପରି ପଲ୍ଲି ଓ ଗ୍ରାମ ସଭାରେ କିନ୍ନର ମାନଙ୍କ ଯୋଗଦାନ କୁ ଶୁନିଶ୍ଚିତ କରି ପଂଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ଅନ୍ୟାନ ସୁବିଧା ପାଇବା କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବାକୁ ପ୍ରାଥମିକତା ଦେବା ମତବ୍ୟକ୍ତ କରିଥିଲେ । ଜିଲ୍ଲା ପରିସଦ ଉପାଧକ୍ଷା କିନ୍ନର ମାନଙ୍କୁ ରୋଜଗାର କ୍ଷମ କରିବା ନିମନ୍ତେ ପ୍ରଶିକ୍ଷଣ ଓ ପରମାଈଁ କିପରି ପାଇବେ ଓ ନିଜକୁ ସମାଜ ଆଗରେ ସମ୍ମାନିତ ସହ ଗଢିବେ ତା ପ୍ରତି ସବୁବେଳେ ଚେଷ୍ଟିତ ରହିବେ । ସଞ୍ଜୟ ନାୟକ, ପାବୁରିଆ ସରପଂଚ ଗ୍ରାମସୁରରେ ବାଛ ବିଚାର ପ୍ରତି ସଚେତନତା କରି କିନ୍ନର ମାନଙ୍କ ସମ୍ମାନ ସହ ବନଂଚିବେ କହିଥିଲେ । ବ୍ଲକ ଅଧ୍ୟକ୍ଷ କିପରି ବିଭିନ୍ନ ଯୋଯନା ଯଥା ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ପେନସନ୍, ଖାଦ୍ୟ ନିରାପତା ରେ ଯୋଡିହବ ଆସିଥିବା ନବନିର୍ବାଚିତ ପ୍ରତିନିଧିଙ୍କୁ କହିଥିଲେ । ଆସିଥିବା ସରପଂଚ ଓ ପନଂଚାୟତ ସମିତି ସଭ୍ୟ ଓ ସଭ୍ୟା ଆଗାମି ଦିନରେ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଆସିଥିବା କିନ୍ନର ପୁଣ୍ଡିମା, ବିଷ୍ଣୁପ୍ରିୟା ନିଜ ଜୀବନର ଦୁଃଖ ଓ ସୁଖ ଅନୁଭୁତି କହିଥିବା ବେଳେ, ପ୍ରଥମ ଥର ପାଇଁ ଆଜି ଏଭଳି ସମ୍ମାନ ସହ ବସିବା ସୁଯୋଗ ପାଇ ନିଜକୁ ଗର୍ବଅନୁଭବ କରିଥିଲେ । ୬ ଜଣ କିନ୍ନର ନୟନା, ରମେଶ, ମନୋଜ, ବରୁଣ, ପୁଣ୍ଡିମା ଓ ଗୁପ୍ରେସ୍ବର ଙ୍କୁ “ସ୍ୱୀକୃତୀ” ଯୋଜନା ତରଫରୁ ଅତିଥିଙ୍କ ଦ୍ବାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ସ୍ଵାତୀର ପ୍ରୋଗ୍ରାମ ମ୍ୟାନେଜର ପ୍ରଦୀପ କୁମାର ସ୍ୱାଇଁ ଟ୍ରାନସ୍କେଣ୍ଡର ମାନଙ୍କୁ କିପରି ମୂଖ୍ୟଶ୍ରୋତ ରେ ସାମିଲ କରିବା ସହିତ ଓ ସେମାନଙ୍କ ଜୀବନ ଶୈଳୀ, ବିବିଧତା ଉପରେ ଏକ ତଥ୍ୟମୁଳକ ଉପସ୍ଥାପନା କରିଥିଲେ, ଆଗାମି ଦିନରେ ନିଜକୁ ସମାଜ ଆଗରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ । ସ୍ବାତୀର କର୍ମୀ ସ୍ନେହଲତା ନାୟକ ଯୌନ ସ୍ୱାସ୍ଥ୍ୟ ଉପରେ କିନ୍ନର ମାନଙ୍କୁ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମ ରେ ସ୍ବାତୀର କର୍ମୀ ରାଜ କୁମାର ବେହେରା, ମାମିନା କହଁର, କନକ ପାତ୍ର, ଗିତାଞ୍ଜଳି କହଁର, ଅନନ୍ତ ମଲ୍ଲିକ, ମିଲ୍ଲି ସାହାଣି ପରିଚାଳନା ରେ ସହୋଯୋଗ କରିଥିଲେ ।

nis-ad
Leave A Reply

Your email address will not be published.