‘ପତଲି କମରିୟା ତେରୀ’ ଗୀତରେ ଡ୍ୟାନ୍ସ କରି ନିଲମ୍ବିତ ହେଲେ ୪ ମହିଳା କନଷ୍ଟେବଲ

ଅଯୋଧ୍ୟା: ମନ ଖୁସିରେ ନାଚିବା ୪ ଜଣ ମହିଳା କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାର ସମସ୍ତଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି। ଏହି ୪ ମହିଳା କନଷ୍ଟେବଲ ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ରହିଥିଲେ।

ହେଲେ ସେମାନେ ଭୋଜପୁରୀ ଗୀତ ‘ପତଲି କମରିୟା ତେରୀ’ ବା ପତଳା ଅଣ୍ଟା ତୋର ତାଳେ ତାଳେ ନାଚିଥିଲେ। ଏଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡ୍ୟାନ୍ସ ବେଳେ ଏମାନେ ପୁଲିସ୍‌ ବର୍ଦ୍ଦିରେ ନଥିଲେ। ତଥାପି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ୩ ଜଣ ମହିଳା କନଷ୍ଟେବଲ ରହିଛି। ସମ୍ଭବତଃ ଆଉ ଜଣେ ଡ୍ୟାନ୍ସ ଦୃଶ୍ୟକୁ କଏଦ କରୁଥିଲେ। ଏହି ଭିଡିଓରେ ଜଣେ ମହିଳା କନଷ୍ଟେବଲ ନାଚୁଥିବା ବେଳେ ଅନ୍ୟ ୨ ଜଣ ତାଙ୍କୁ ଉତ୍ସାହିତ କରିବା ସହ ଅଭିନୟ ଦ୍ୱାରା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବାର ଦୃଶ୍ୟ ରହିଛି। ସେମାନେ ଗୋଟିଏ ବନ୍ଦ ରୁମରେ ଡ୍ୟାନ୍ସ କରୁଥିବା ଜଣାପଡ଼ୁଛି। ତେବେ ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଏସ୍‌ଏସ୍‌ପି ମୁନୀରାଜ ଜିଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିତ କରାଯାଇଛି।

ନିଲମ୍ବିତ କନଷ୍ଟେବଲମାନେ ହେଲେ କବିତା ପଟେଲ, କାମିନୀ କୁଶୱା, କାଶିଶ ସାହାଣୀ ଓ ସନ୍ଧ୍ୟା ସିଂହ। ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଅତରିକ୍ତ ଏସ୍‌ପି(ସିକ୍ୟୁରିଟି) ପଙ୍କଜ ପାଣ୍ଡେ ତଦନ୍ତ କରିଥିଲେ। ସେ ରିପୋର୍ଟ ଦେବା ପରେ ସମସ୍ତଙ୍କୁ ଏସଏସ୍‌ପି ମୁନରାଜ ଆଜି ସକାଳୁ ନିଲମ୍ବିତ କରିଛନ୍ତି।

nis-ad
Leave A Reply

Your email address will not be published.