ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ

ଫୁଲବାଣୀ : କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ (ରବିବାର)ଦିନ ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(କିମ୍‌)ଆନୁକୂଲ୍ୟରେ ଏକ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ । ସକାଳ ୮ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଖୋଲା ରହିବ । ଏହି ଶିବିରରେ କିମ୍ସ, ଭୁବନେଶ୍ଵରର ଡାକ୍ତର, ବିଶେଷଜ୍ଞ – ତଥା ସ୍ବାସ୍ଥ୍ୟକର୍ମୀମାନେ ଯୋଗଦେଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିବେ ।ଏହି ଶିବିରରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ମେଡିସିନ୍, ଶିଶୁରୋଗ, ଚର୍ମରୋଗ, ଶ୍ଵାସରୋଗ, ହୃଦ୍‌ରୋଗ,ନେଫ୍ରୋଲୋଜି, ସର୍ଜରୀ, ଅର୍ଥୋପେଡିକ୍‌,ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଷ, ନାସା ଓ ଗଳାରୋଗ, ଚକ୍ଷୁରୋଗ, ମାନସିକ ରୋଗ,ଏବଂ ରେଡିଓଲୋଜି ବିଭାଗର ବହୁ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ସେବା ପ୍ରଦାନ କରିବେ। ଏହି ଶିବିରରେ ଯୋଗ ଦେଇଥିବା ରୋଗୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯିବା ସହ ବିଭିନ୍ନ ପ୍ରକାରର ପରୀକ୍ଷା ବିନା ମୂଲ୍ୟରେ କରାଯିବ। ଏହି ଜିଲ୍ଲାର ଲୋକମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ନିମନ୍ତେ ସାଂସଦ ସାମନ୍ତ ପ୍ରୟାସ ଜାରି ରଖୁଛନ୍ତି । ପୂର୍ବରୁ କିମ୍ସ ପକ୍ଷରୁ ଏହି ସ୍ଵାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ନିରନ୍ତରଭାବେ କରାଯାଉଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା। ସାଂସଦ ସାମନ୍ତଙ୍କ ପରାମର୍ଶକ୍ରମେଏହା ପୁନର୍ବାର ଆରମ୍ଭ କରାଯାଉଛି । ତେଣୁ ବହୁ ସଂଖ୍ୟାରେ ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ପହଞ୍ଚି ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ଅନୁରୋଧ କରାଯାଇଛି ।

nis-ad
Leave A Reply

Your email address will not be published.