ପ୍ରଥମ ଟେଷ୍ଟ୍ : ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ୧୩୩ ରନରେ ୮ ଓ୍ବିକେଟ ହରାଇଲା

ଚଟ୍ଟୋଗ୍ରାମ : ଚଟ୍ଟୋଗ୍ରାମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ସ୍ଥିତିକୁ ଦୃଢ କରିଛି । ଭାରତର ପ୍ରଥମ ଇନିଂସ ସ୍କୋର ୪୦୪ ରନ ଜବାବରେ ବାଂଲାଦେଶ ୮ ଓ୍ବିକେଟରେ ୧୩୩ ରନ କରିଛି । ଫଳରେ ଏପର୍ଯ୍ୟନ୍ତ ବାଂଲାଦେଶ ୨୭୧ରନରେ ପଛୁଆ ରହିଛି । ଶୁକ୍ରବାରଦିନ ବାଂଲାଦେଶକୁ ଯଥାଶୀଘ୍ର ଅଲଆଉଟ୍ କରିପାରିଲେ ଭାରତ ଏକ ବଡ଼ ରନ ବ୍ୟବଧାନରେ ଆଗୁଆ ରହିବ ।
ଗୁରୁବାରଦିନ ବାଂଲାଦେଶର ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ବିଶେଷକରି କୁଳଦୀପ ଯାଦବ ଓ ମହମ୍ମଦ ସିରାଜ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଯାଦବ ୪ଟି ଓ ସିରାଜ ୩ଟି ଓ୍ବିକେଟ ନେଇଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହିମ ୨୮ ରନ ଓ ଲିଟନ ଦାସ ୨୪ରନ କରିଥିଲେ । ତେବେ ବାଂଲାଦେଶ ପାଇଁ ଆଶାର ବିଷୟ ଯେ, ମେହିଦି ହାସନ ମିରାଜ ଏବେ ବି ଅପରାଜିତ ଅଛନ୍ତି । ଶୁକ୍ରବାରଦିନ ସେ ୧୬ରନରୁ ଆଗକୁ ଖେଳିବା ଆରମ୍ଭ କରିବେ ।

ଭାରତ ନିଜର ପ୍ରଥମ ଇନିଂସରେ ୪୦୪ରନ କରିଥିଲା । ପୂଜାରା ୯୦ ରନ କରି ଆଉଟ ହେବା ସହ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ଶ୍ରେୟସ ଆୟର ବି ୮୬ ରନ ଓ ଆଶ୍ବୀନ ୫୮ ରନ କରିଥିଲେ ।

nis-ad
Leave A Reply

Your email address will not be published.