ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମିଳିତ ପ୍ୟାରେଡ଼୍ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ପଦ୍ମିନୀ ମିଶ୍ର ଯୋଗଦେଇ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ କ୍ରୀଡା ସହିତ ପାଠ ପଢି ଜଣେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଓଷ୍ଟା ଗଂଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ, ଲାଞ୍ଜିଆ ପଚାଂୟତର ସମିତିସଭ୍ୟ କାହ୍ନୁ ପାତ୍ର ପ୍ରମୁଖ ମଂଚାସୀନ ଥିଲେ । କ୍ରୀଡ଼ା ଦ୍ୱାରା ଶରୀର କିପରି ସୁସ୍ଥ ରହେ ସେ ନେଇ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷା ସହିତ କ୍ରୀଡ଼ାକୁ ମଧ୍ୟ ଜୀବନରେ ପ୍ରାଧାନ୍ୟ ଦେବାକୁ ବିଦ୍ୟାର୍ଥୀ ମାନଙ୍କୁ ମଂଚାସୀନ ଅତିଥି ମାନେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାରଳା ସାହୁ, ମନିଷା କୁମାରୀ ନାୟକ, ଶୋଭାରାଣୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବାଳିକା କିକ୍ରେଟ୍ ଟିମ୍ ଏବଂ ବାଳକ କ୍ରିକେଟ୍ ଦଳକୁ ମଂଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମିଳିତ ପ୍ୟାରେଡ଼୍ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ପଦ୍ମିନୀ ମିଶ୍ର ଯୋଗଦେଇ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ କ୍ରୀଡା ସହିତ ପାଠ ପଢି ଜଣେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଓଷ୍ଟା ଗଂଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ, ଲାଞ୍ଜିଆ ପଚାଂୟତର ସମିତିସଭ୍ୟ କାହ୍ନୁ ପାତ୍ର ପ୍ରମୁଖ ମଂଚାସୀନ ଥିଲେ । କ୍ରୀଡ଼ା ଦ୍ୱାରା ଶରୀର କିପରି ସୁସ୍ଥ ରହେ ସେ ନେଇ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷା ସହିତ କ୍ରୀଡ଼ାକୁ ମଧ୍ୟ ଜୀବନରେ ପ୍ରାଧାନ୍ୟ ଦେବାକୁ ବିଦ୍ୟାର୍ଥୀ ମାନଙ୍କୁ ମଂଚାସୀନ ଅତିଥି ମାନେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାରଳା ସାହୁ, ମନିଷା କୁମାରୀ ନାୟକ, ଶୋଭାରାଣୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବାଳିକା କିକ୍ରେଟ୍ ଟିମ୍ ଏବଂ ବାଳକ କ୍ରିକେଟ୍ ଦଳକୁ ମଂଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.