ନ୍ୟାୟ ପାଇଁ ବ୍ରହ୍ମପୁର ଏସପିଙ୍କ ଦ୍ଵାରସ୍ଥ ହେଲେ ମାଆ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଭିତରେ ଗତ ୭ ତାରିଖ ଦିନ ତାରିଖ ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ୨୦୨୧ ରେ ଘରେ କିଏ ନଥିବା ବେଳେ ପ୍ରେମିକ ସହ କେଉଁଆଡେ ଚାଲିଯାଇଥିଲେ । ଏ ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । କିଛି ଦିନ ର ବ୍ୟବଧାନ ପରେ ଝିଅ କୁ ଉଦ୍ଧାର କରି 7 ମାସ ଯାଏଁ ବ୍ରହ୍ମପୁର ସୁଧାରଗୃହରେ ରଖାଯାଇଥିଲା । କିନ୍ତୁ ପୁଅ ଘର ଲୋକେ ସୁଧାର ଗୃହରୁ ଝିଅ କୁ ନେଇଯାଇଥିଲେ ।
ଏହାପରେ ପ୍ରାୟ ଦେଢ଼ ବର୍ଷ ଯାଏଁ ଝିଅ କୁ ପରିବାର ଲୋକଙ୍କୁ ଦେଖାଉନଥିଲେ ପୁଅଙ୍କ ପରିବାର ଲୋକେ । ପରେ ପରେ ଝିଅକୁ ଦେଖାଇବା ପାଇଁ ୫ ଲକ୍ଷ ଦାବି କରିଥିଲେ ପୁଅର ପରିବାର ଲୋକେ । ଆଜି ଝିଅ ବୈଦ୍ୟନାଥପୁରରେ ପହଞ୍ଚିବା ପରେ ହୋଇଥିଲା ହାଇଡ୍ରାମା । ସେଠାରେ ଝିଅ ମାଆ ର ମମତା କୁ ନ ପଚାରି ନ ବୁଝି ଥାନା ରେ ମାଆ କୁ ମାରପିଟ ମଧ୍ୟ କରିଥିଲା ସେହି ଭଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ମଧ୍ୟ ହୋଇଛି l ଛଅ ଦିନ ପରେ ପୁଣି ଥରେ ପ୍ରିୟଙ୍କା ଙ୍କ ମାଆ ନ୍ୟାୟ ପାଇଁ ବୈଦ୍ୟନାଥପୁର ଥାନା କୁ ଆସି ତାଙ୍କ ଝିଅ ପ୍ରିୟଙ୍କା ଙ୍କ ନାମ ରେ ଏତଲା ଦେଇଥିଲେ କିନ୍ତୁ ଥାନା ରେ ଉଚିତ ପଦକ୍ଷେପ ନ ମିଳିଥିବାରୁ ଆଜି ସେ ବ୍ରହ୍ମପୁର ଏସ ପି ଙ୍କୁ ସାକ୍ଷାତ କରି ନ୍ୟାୟ ପାଇଁ ଭିକ୍ଷା ପ୍ରାର୍ଥନା କରିଛନ୍ତି l ଅନ୍ୟପଟେ ଏହି ଘଟଣା କୁ ବୁଦ୍ଧିଜୀବୀ ମୋହଲ ରେ ତୀବ୍ର ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ କରି ଝିଅ କୁ ତା ମାଆ ପାଖକୁ ଫେରାଇଦିଆଯାଉ ବୋଲି କୁହାଯାଉଛି l

nis-ad
Leave A Reply

Your email address will not be published.