ଟ୍ରକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଗାଡ଼ିଆପଡା ଘାଟି ବୁଲାଣୀ ରାସ୍ତାରେ ଟ୍ରକ ଟି ଭାରସାମ୍ଯ ହରାଇ ୪୦ ଫୁଟ ତଳେ ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଉଭୟଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି l ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ କରୁଛି ପୋଲିସ l ଯାହା ସୂଚନା ମିଳିଛି ଟ୍ରକଟି ଆନ୍ଧ୍ରାରୁ ଲୁହା ଛଡ଼ ବୋଝେଇ କରି ଶଙ୍କରାଖୋଲ ଦେଇ ସମ୍ବଲପୁର ଯିବାକୁ ଥିବା ବେଳେ ଗାଡ଼ିଆପଡା ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି l ଉକ୍ତ ଜାଗାରେ ସର୍ବଦା ଦୁର୍ଘଟଣା ଘଟୁଛି ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି l

nis-ad
Leave A Reply

Your email address will not be published.