ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ ଫରେଷ୍ଟରଙ୍କ ସହ ୩ ଗିରଫ

ମୟୂରଭଞ୍ଜ : ଶିମିଳିପାଳରେ ହାତୀ ଶିକାର ଓ ପୋଡିଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟରଙ୍କ ସହ ୩ଜଣଙ୍କୁ ଗିରଫ କରିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଫରେଷ୍ଟର ହେଲେ ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି RCCF । ହାତୀମୃତ୍ୟୁକୁ ନେଇ ଗତକାଲି ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଥିଲେ PCCF । କଣ ପାଇଁ FIR ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ କୋର୍ଟ ।

ଅନ୍ୟପଟେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବା ପାଇଁ ଗଠିତ ଜେଟିଏଫ୍ ବା ଜଏଣ୍ଟ ଟାସ୍କ ଫୋର୍ସ ମୁଖ୍ୟ ତଥା ପିସିସିଏଫ୍ ମନୋଜ ଭି. ନାୟାରଙ୍କୁ ହାଇକୋର୍ଟ ଭର୍ତ୍ସନା କରିଥିଲେ । ଗତ ୭ ତାରିଖରେ ହାତୀ ମୃତ୍ୟୁ ହୋଇଥିବା ବେଳେ ୯ ତାରିଖ ଯାଏ କିପରି ପିସିସିଏଫ୍ ଓ ଜେଟିଏଫ୍ ସଦସ୍ୟମାନେ ଜାଣିପାରିଲେ ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଗତ ୭ ତାରିଖରେ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜରେ ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଇଥିଲେ ଶିକାରୀ । ଆଉ ଅଭିଯୁକ୍ତଙ୍କୁ ଧରିବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀ । ମୃତହାତୀକୁ ପୋଡି ତା ଶରୀରକୁ ନଦୀରେ ଭସାଇ ଦେଇଥିଲେ । ଶିମିଳିପାଳ ବନବାସୀ ଏସମ୍ପର୍କରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା ।

nis-ad
Leave A Reply

Your email address will not be published.