ମାନବାଧିକାର ମିସନ : ବିରାଜ କନ୍ଧମାଳ ଜିଲ୍ଲା ସଭାପତି ଓ ଜଳନ୍ଧର ରାଜ୍ୟ ସଭାପତି ଭାବରେ ଦାୟିତ୍ୱ…

ଫୁଲବାଣୀ : ଓଡ଼ିଶା, ମାନବାଧିକାର ମିସନରର ୭୫ତମ ବାର୍ଷିକ ଉତ୍ସବ କଟକ ସ୍ଥିତ ଦରଖା ପାଟନା ରାଜ ଗାଡେନ୍ କଲ୍ୟାଣ ମଣ୍ଡପ ଠାରେ ବହୁ ଆଡ଼ମ୍ବରରେ ଆୟୋଜନ କରାଯାଇଛି। ନେସନାଲ ମାନବାଧିକାର ମିସନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ଆଲୋଚନା ପ୍ରକାର। ପ୍ରଥମେ କଟକ ସ୍ଥିତ ଜେମ୍,ଏଣ୍ଡ, ଜୁଏଲାରୀ ନେସନାଲ ରିଲିଫ ଫାଉଣ୍ଡେସନ ମୁମ୍ବାଇ ଦ୍ୱାରା ନିର୍ମିତ, ଜଶୋଦା ସଦନ ଅନାଥାଶ୍ରମରେ କିଛି ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏବଂ କଟକ ସ୍ଥିତ ଦରଖା ପାଟନା ରାଜ ଗାଡେନ୍ କଲ୍ୟାଣ ମଣ୍ଡପ ଠାରେ ଆଜି,୭୫,ତମ ମାନବାଧିକାର ମିସନ ଦିବସଟିକୁ ରାଜ୍ୟ ସମସ୍ତ ଜିଲ୍ଲାର ମାନବାଧିକାର ମିସନ କର୍ମକର୍ତ୍ତାଙ୍କ ଉପସ୍ଥିତରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଛ। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବରିଷ୍ଠ କଳାକାର ତଥା ରିଟାଡ, ପୋଲିସ କର୍ମଚାରୀ, ଜଳନ୍ଧର ବେହେରାଙ୍କୁ ରାଜ୍ୟ ମାନବାଧିକାର ମିସନର ରାଜ୍ୟ ସଭାପତି ଭାବରେ ଦାୟିତ୍ଵ ଦିଆଯାଇଛି। ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ସମସ୍ତ କର୍ମକର୍ତ୍ତା ମାନବାଧିକାର ମିସନର ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ମାନପତ୍ର ଦେଇ ଆଇକାର୍ଡ ବଣ୍ଟନ କରାଯାଇଛି। ସେଥି ମଧ୍ୟରୁ, କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ, ସଭାପତି ଭାବରେ, ବିରାଜ କୁମାର ପ୍ରଧାନ,ଉପ ସଭାପତି,ଅଖୟ କୁମାର ରାୟ, ମଞ୍ଜୁଳା ନାୟକ, ସମ୍ପାଦକ, ଶେଖ୍ ରିହାଜୁଦିନ୍, ପୃଥିବୀରାଜ ଦିଗାଲ, ବିନୋଦ ବିହାରୀ ପ୍ରଧାନ, ସଦସ୍ୟ ଭାବରେ ପ୍ରଭାତ କୁମାର ସାହାଣୀ, ଜୟନ୍ତୀ ଚୈଧୁରୀ,ସାଫରିନ୍ ଖାନଙ୍କୁ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ସମସ୍ତ ଜିଲ୍ଲାର ଶୃଙ୍ଖଳିତ ସଦସ୍ୟ ମାନଙ୍କୁ ମଧ୍ୟ ମାନବାଧିକାର ମିସନର ସଦସ୍ୟତା ଆଇକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନର ରାଜ୍ୟ ପ୍ରଭାରୀ, ସଞ୍ଜୀବ କୁମାର ବିଶ୍ବାଳ, ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ରାଜ୍ୟ ମହିଳା ସଭାପତି ଆରତୀ ମଙ୍ଗରାଜ, ରାଜ୍ୟ ସମ୍ପାଦକ, ରିଟାଡ ପୋଲିସ ଅଫିସର ଶ୍ରୀଯୁକ୍ତ ମୋନରଞନ ସାମଳ, ସମରେନ୍ଦ୍ର ପଣ୍ଡା, ରଞ୍ଜନ କୁମାର ମଲ୍ଲିକ ,କଟକ ଜିଲ୍ଲା ମାନବାଧିକାର ମିସନ କର୍ମକର୍ତ୍ତା ଚିନ୍ତାମଣି ପରିଡ଼ା, ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ମାନବାଧିକାର ମିସନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମର ଟିକୁ କଟକ ଜିଲ୍ଲା ମାନବାଧିକାର ମିସନ ସଭାପତି ଚିନ୍ତାମଣି ପରିଡ଼ା ଏବଂ ସମ୍ପାଦକ, ବିଚିତ୍ର ନନ୍ଦ ବିଶ୍ବାଳ ଶୃଙ୍ଖଳିତ ଭାବେ ପରିଚାଳିନା କରିଥିଲେ।

nis-ad
Leave A Reply

Your email address will not be published.