ଏମସିଡି ନିର୍ବାଚନ: ଆପ୍‌ରେ ମିଶିଲେ ୨ କଂଗ୍ରେସ କର୍ପୋରେଟର

ନୂଆଦିଲ୍ଲୀ:  ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦଳୀୟ ଟିକେଟରେ ଏମସିଡି ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଦୁଇ ଜଣ କଂଗ୍ରେସ କର୍ପୋରେଟର ଆଜି ଆପ୍‌ରେ ସାମିଲ ହୋଇଛନ୍ତି। ଫଳରେ ଏମସିଡିରେ କଂଗ୍ରେସର ଆସନ ସଂଖ୍ୟା ୭କୁ ଖସି ଯାଇଛି।

ଆଜି ଆୟୋଜିତ ଏହି ମିଶ୍ରଣ ପର୍ବରେ ଆପ ବିଧାୟକ ଦୁର୍ଗେଶ ପାଠକ ମୁସ୍ତାଫାବାଦର କର୍ପୋରେଟର ସାବିଲା ବେଗମ ଓ ବ୍ରିଜପୁରୀର କର୍ପୋରେଟର ଜାଜିଆ ଖାତୁନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଦିଲ୍ଲୀ କଂଗ୍ରେସର ଉପ ସଭାପତି ମଧ୍ୟ ଆପ୍‌ରେ ଯୋଗ ଦେଇଛନ୍ତି।

କାହିଁକି କଂଗ୍ରେସ କର୍ପୋରେଟର ଆପ୍‌ରେ ମିଶିଲେ ଓ ଦଳ କ’ଣ ଅପରେସନ ପଦ୍ମ ପାଇଁ ଭୟଭୀତ ବୋଲି ପ୍ରଶ୍ନର ଉତ୍ତରରେ ବିଧାୟକ ପାଠକ କହିଛନ୍ତି, “ଏହି କର୍ପୋରେଟରମାନେ ସେମାନଙ୍କ ଦକ୍ଷତା ବଳରେ ଜିତିଛନ୍ତି। ତେଣୁ ସେମାନେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇଛନ୍ତି।

କର୍ପୋରେଟରଙ୍କୁ କିଣିବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ଆମେ ସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ ଆଗରେ ରହିଛୁ। ଏବେ ବିଜେପି ମଧ୍ୟ ଏମସିଡିରେ ବିରୋଧୀ ଦଳ ଭାବେ କାମ କରିବ ବୋଲି ରାଜି ହୋଇଛି। ଯେଉଁମାନେ ଦିଲ୍ଲୀ ପାଇଁ କାମ କରିବାକୁ ଚାହୁଁଛନ୍ତି, ସେମାନେ ଆମ ସହ ହାତ ମିଳାଇ ପାରିବେ। ମୁଁ ବିଜେପି ଓ କଂଗ୍ରେସ କର୍ପୋରେଟରମାନଙ୍କୁ ସମର୍ଥନ ପାଇଁ ଆହ୍ୱାନ ଦେଉଛି।”ଦିଲ୍ଲୀ ଏମସିଡି ୨୫୦ଟି ୱାର୍ଡରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ଟି ଓ କଂଗ୍ରେସ ୯ଟି ଆସନରେ ସୀମିତ ଥିଲା। ଏବେ କଂଗ୍ରେସର ଆଉ ୨ ଜଣ କର୍ପୋରେଟର ଆପ୍‌ରେ ମିଶିବାରୁ ଦଳର ଆସନ ସଂଖ୍ୟା ୧୩୬କୁ ବୃଦ୍ଧି ପାଇଛି। ଏମସିଡିରେ ମେୟର ପଦ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୨୬।

nis-ad
Leave A Reply

Your email address will not be published.