ଏପରି ଭୋଟ ମିଳିଲେ ଓଡ଼ିଶାରେ କଂଗ୍ରେସ ଦଳ ଲୋପ୍ ପାଇଯିବ : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି କି, ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ। ଦୁଇ ଦୁଇଟା ଉପ ନିର୍ବାଚନରେ ଆମର ଅମାନତ ଗଲାଣି। ଆମ ପାଇଁ ଲଜ୍ଜା ଜନକ କଥା। ପିସିସି ସଭାପତି ତର୍ଜମା କରିବା ଦରକାର, ବୈଠକ ଡାକିବା ଦରକାର, ନିଜକୁ ପରଖିବା ଦରକାର। ଆଜିଯାଏ ପିସିସି କମିଟି ହୋଇପାରିନି। ଯଦି ଏପରି ଭୋଟ ମିଳେ ତାହାଲେ ଓଡ଼ିଶାରେ କଂଗ୍ରେସ ଦଳ ଲୋପ୍ ପାଇଯିବ। ଅନ୍ୟପଟେ କଂଗ୍ରେସକୁ ସଜାଡିବାକୁ ହେଲେ ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ସଭାପତି କେମିତି ଜାଣିଲେ ଦିନକ ପୂର୍ବରୁ କହିଲେ ଆମେ ହାରିଯିବୁ ବୋଲି । ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ତିଆରି କରି ଚାଲୁଛନ୍ତି। ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି। ତେଣୁ ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି। ପଦମପୁର ନିର୍ବାଚନ ଫଳ ୨୦୨୪ ଉପରେ ପଡ଼ିବନି। ଗୋଟିଏ ରାତିରେ ବି ସରକାର ବଦଳିପାରେ। ୨୦୨୪ ରେ ବିଜେପି କେନ୍ଦ୍ରରେ ରହିବ କି ନାହିଁ ଦେଖନ୍ତୁ।

nis-ad
Leave A Reply

Your email address will not be published.