ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା…


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ବିଇଓ କବିବର ପ୍ରଧାନ ଉକ୍ତ ବାର୍ଷିକ କ୍ରୀଡାର ଶୁଭାରମ୍ଭ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କ୍ରୀଡା ଉତ୍ସବ ଅବସରରେ ଦୌଡ, ହାଇଜମ୍ପ୍, ଲଙ୍ଗଜମ୍ପ୍, ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ଜାଭଲିନ୍ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି , ବିନୋଦ କୁମାର ବେହେରା , ଅମିୟ ରଞ୍ଜନ ଭୂୟାଁ , ଲକ୍ଷ୍ମଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.