ଜବରଦଖଲ ଉଛେଦ : ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିର ୯0 ଘର…

ବ୍ରହ୍ମପୁର :-ବ୍ରହ୍ମପୁର ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିକୁ ଉଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରି ବୁନାଲଙ୍କ ନିର୍ଦ୍ଧେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବା ଜଗବନ୍ଧୁ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ୯0 ଗୃହ ପ୍ରଦାନ କରାଯାଇଛି l ବିଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ l ଏହିକ୍ରମରେ ଶୁକ୍ରବାର ମହାନଗର ନିଗମ ପକ୍ଷରୁ ଜଗବନ୍ଧୁ ବନ୍ଧ ନିକଟରେ ୯0 ଟି ପରିବାର ବସବାସ କରଥିବା ଘର ଗୁଡିକୁ ୩ଟି ଜେସିପି ଜରିଆରେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି l ଦୀର୍ଘ ୪0 ବର୍ଷ ଧରି ଏଠାରେ ବସବାସ କରୁଥିବା ୯0 ପରିବାର ମଧ୍ୟରୁ ୬୪ ପରିବାରକୁ ଜଗବନ୍ଧୁ ହୁଡ଼ା ରାଜୀବ ଆବାସ ଯୋଜନାରେ ଓ ୨୬ ପରିବାରକୁ ଅଟୋନଗର ସ୍ଥିତ ରାଜୀବ ଆବାସ ଯୋଜନାରେ ଥଇଥାନ କରାଯାଇଛି l


ଉଛେଦ ସମୟରେ କିଛି ଅପ୍ରତିକର ସ୍ଥିତି ଉପୁଜିନଥିଲେ ସୁଦ୍ଧା ସେଠାରେ ବସବାସ କରୁଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l କାରଣ ରାଜୀବ ଆବାସ ଯୋଜନାରେ ମିଳିଥିବା ଘରଗୁଡିକ ଛାତରୁ ପାଣି ଗଳିବl ସହ ନାଳ ପାଣି ଜାମ ହେବା ଡ୍ରେନ ପାଣି ଘରକୁ ଯାଉଛି ବୋଲି ଅଭିଯାଗ କରିଥିଲେ l କୌଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେନେଇ ପୋଲିସ ପକ୍ଷରୁ ଧ୍ୟାନ ଦିଆଯାଇଛି l ଅତିରିକ୍ତ ଏସପି ଅସୀମ କୁମାର ପଣ୍ଡା, ଟାୱାନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ସମେତ ଟାଉନ ଥାନା ଅଧିକାରୀ, ବଡ଼ବଜ଼ାର ଥାନା ଅଧିକାରୀ, ବୈଦଥାନା ଅଧିକାରୀ ସହ ବହୁ ପୋଲିସ ଅଧିକାରୀ ସମେତ ୫ ଫ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ ଓ ଅତିରିକ୍ତ କମିଶନର ନିଳ ମାଧବ ଭୋଇ, ଡେପୁଟି କମିଶନର ବିନୋଦ କୁମାର ବେହେରା, ଏନଫୋର୍ସ ଅଫିସର ତରୁଣ କାନ୍ତ,ଗୋଷ୍ଠି ସଂଗଠିକ ଜୟଶ୍ରୀ ପାଣିଗ୍ରାହୀ, ବିଏମସି ଏଜୁଟିଭି ଇଞ୍ଜିନିୟର ନାଗେଶ୍ୱର ସୁବୁଦ୍ଧି ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ l ସୁରୁଖୁରୁରେ ଉଛେଦ ହୋଇଥିଲା l

nis-ad
Leave A Reply

Your email address will not be published.