ଚକା ଚୋରୀ କରୁଥିବା ବେଳେ ଧରାପଡିଲା ଚୋର : ପିଟିଲେ ଓ ପୋଲିସକୁ ଦେଲେ ଜିମା…


ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରୁ ଏକ ପାୱାରଟିଲର ଗାଡିରୁ ଚକା ଚୋରୀ କରି ଚମ୍ପଟ ମାରୁଥିବା ବେଳେ ଜଣେ ଚୋରକୁ ଊତମ ମଧ୍ୟମ ପରେ ଲୁଟେରାଙ୍କୁ ହିଞ୍ଜିଳି ଥାନାରେ ଜିମା ଦେଇଛନ୍ତି । ଗିରଫ ଲୁଟେରା ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଡି.ପାଟପୁର ଗ୍ରାମର ଭକ୍ତ ଦଳେଇ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୬୮୮/୨୨ରେ ଏକ ମାମଲା ରୁଜୁ କରି ଶୁକ୍ରବାର ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ଦୟାପଲ୍ଲୀ ଗ୍ରାମର ବି. ଆପେୟାଙ୍କ ଘର ସମ୍ମୁଖରେ ପାୱାରଟିଲର ରଖାଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଲୁଟେରା ଜଣଙ୍କ କୌଶଳ କ୍ରମେ ଗାଡିରୁ ଚକା ବାହାର କରି ଚମ୍ପଟ ମାରୁଥିବା ବେଳ ଗ୍ରାମବାସୀ କାବୁ କରିଥିଲେ । ଘଟଣା ନେଇ ଆପେୟା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.