ପଦ୍ମପୁର ଉପନିର୍ବାଚନ ରେ ବିଜେଡି ର ବାଜିମାତ : ବିଜୟ ଉତ୍ସବ ଧୁମଧାମରେ ପାଳିଛି ବ୍ରହ୍ମପୁର ମହାନଗର ବିଜେଡି…

ବ୍ରହ୍ମପୁର :ଧାମନଗର ଉପନିର୍ବାଚନରେ ବିଜେଡି ହାରିବା ପରେ ପଦ୍ମପୁର ଆସନ ହାତେଇବା ପାଇଁ ବେଶ ଉଦ୍ୟମ ଆରମ୍ଭ କରିଥିଲା ବିଜେଡି।କିଛି ବଛା ,ବଛା ନେତାଙ୍କ ହାତରେ ନ୍ୟସ୍ତ ଥିଲା ପଦ୍ମପୁର ଇଜ୍ଜତ। ନିର୍ବାଚନ ଆରମ୍ଭ ରୁ ରଣନୀତି କିଛି ଅଲଗା ଥିଲା କିନ୍ତୁ ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ବାଚନ ପ୍ରଚାର ରେ ଯୋଗ ଦେଲା ପରେ ସବୁକିଛି ବିରୋଧୀ ଙ୍କ ରଣ ନୀତି ଓଲଟା ପାଲଟା ହୋଇଯାଇଥିଲା କହିବାକୁ ଗଲେ ସେହି ଦିନ ଠାରୁ ବିରୋଧୀ ଏକ ପ୍ରକାର ମାନସିକ ଭାବେ ହାରି ସାରିଥିଲା କହିଲେ ଚଳେ ସେ ଯାହାବି ହେଉ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏହା ଏକ ଶୁଭ ସଂକେତ l ଏଠାରେ ସୂଚନା ଥାଉକି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କୁ ମଧ୍ୟ ମିଳିଥିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକ ମାଳ ପଞ୍ଚାୟତ।ବିଜୁ ଜନତା ଦଳକୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ଦିନ ରାତି ଏକ କରି ବ୍ଲକ, ପଞ୍ଚାୟତ ର ଘରକୁ ଘର ବୁଲି ପ୍ରଚାର

ମୈଦାନରେ ଜୁଟି ଯାଇଥିଲେ ବିଧାୟକ ଓ ମନ୍ତ୍ରୀ ମାନେ ।ପଦ୍ମପୁର ନିର୍ବାଚନ ରେ ବିଜେଡି ସଫଳତାରେ ବିଧାୟକ ଓ ମନ୍ତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବେଶ ବିଶ୍ୱାସଭାଜନ ହୋଇ ନିଜ କର୍ତ୍ତବ୍ୟ କୁ ଠିକ ସେ ସମ୍ପାଦନା କରିଛନ୍ତି ରାଜ୍ୟର ବଛା ବଛା ଷ୍ଟାର ପ୍ରଚାରକ । ଆଜି ବିଜୟ ଫଳାଫଳ ଘୋଷଣା ପରେ ବ୍ରହ୍ମପୁର ବିଜେଡି ମାହୋଲ ରେ ବେଶ ଉତ୍ସାହର ସହିତ ଏହାକୁ ପାଳନ କରାଯାଇଛି।ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ ବିଜେଡି କର୍ମକର୍ତ୍ତା ମାନେ।ଯାହାର ଶ୍ରେୟ ଖୋଦ  ମୁଖ୍ୟମନ୍ତ୍ରୀ  ପ୍ରଦାନ କରି ବିଜୟ ଉତ୍ସବ କୁ ଧୁମଧାମରେ ପାଳନ କରିଥିଲା ମହାନଗର ବିଜେଡି।ଏହି ଅବସରରେ ବିଧାୟକ ବିକ୍ରମ ପଣ୍ଡା  ପଦ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏତେ ବ୍ୟବଧାନ ରେ ବିଜୟ କରାଇବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଥିଲେ। ମେୟର ସଂଘମିତ୍ରା ଦଳେଇ ସମେତ ବହୁ କର୍ପେରେଟର , ମହିଳା, ଯୁବ ,ଛାତ୍ର ବିଜେଡିର ବହୁ କର୍ମକର୍ତ୍ତା ସମିଲ ହୋଇ ରାମଲିଙ୍ଗେଶ୍ୱର ଟ୍ୟାଙ୍କ ଛକ ନିକଟରେ ଅତି ଉଲ୍ଲାସର ସହିତ ବିଜୟ ଉତ୍ସବ କୁ ପାଳନ କରିଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.