ଗୁଜୁରାଟରେ ବିଜେପି ଐତିହାସିକ ବିଜୟ ଦିଗରେ ଅଗ୍ରସର

ଗାନ୍ଧିନଗର : ଗୁଜରାଟରେ ଏକ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜେପି । ସର୍ବଶେଷ ସୂଚନା ଅନୁସାରେ ଦଳ ୧୫୮ ଆସନରେ ଆଗୁଆ ରହିଛି । ବିଜେପି କେବଳ ନିଜର ଗଡକୁ ସୁରକ୍ଷିତ ରଖିଛି ତାହା ନୁହେଁ, ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିଜୟ ହାସଲ କରିଛି ।

ଗୁଜୁରାଟରେ ଗତ ୧୯୯୫ ମସିହା ପରଠାରୁ ବିଜେପି ନିର୍ବାଚନ ହାରିନାହିଁ । ୨୦୦୨ରେ ବିଜେପି ୧୨୭ଟି ଆସନରେ ବିଜୟ ହାସଲ କରିଥିଲା, ଯାହାକି ଏପର୍ଯ୍ୟନ୍ତ ଦଳ ପାଇଁ ରାଜ୍ୟରେ ସବୁଠାରୁ ବଡ଼ ବିଜୟ ଥିଲା । କିନ୍ତୁ ଏଥର ଦଳ ନିଜର ପୂର୍ବ ରେକର୍ଡକୁ କାଟିବାର ସମ୍ଭାବନା ରହିଛି ।

କେବଳ ନିଜ ରେକର୍ଡ ନୁହେଁ, ବିଜେପି କଂଗ୍ରେସର ରେକର୍ଡ ବି କାଟିଦେବାର ସମ୍ଭାବନା ରହିଛି । କଂଗ୍ରେସ ୧୯୮୫ରେ ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ବରେ ୧୪୯ ଆସନ ଜିଣିଥିଲା, ଯାହାକି ଏପର୍ଯ୍ୟନ୍ତ ଗୁଜୁରାଟରେ ସବୁଠାରୁ ବଡ଼ ବିଜୟର ମାନ୍ୟତା ପାଉଛି । କିନ୍ତୁ ଏଥର ବିଜେପି ସେହି ରେକର୍ଡକୁ କାଟିଦେବା ଏକରକମ ନିଶ୍ଚିତ ଜଣାପଡ଼ୁଛି ।

ଅନ୍ୟପକ୍ଷରେ ରାଜ୍ୟରେ କଂଗ୍ରେସର ସ୍ଥିତି ଆହୁରି ବିପନ୍ନ ହୋଇଯାଇଛି । ଏକଜିଟ ପୋଲରେ କରାଯାଇଥିବା ପୂର୍ବାନୁମାନଠାରୁ ବି ଦଳର ପ୍ରଦର୍ଶନ ଖରାପ ରହିଛି । ସର୍ବଶେଷ ସୂଚନା ଅନୁସାରେ ଦଳ ମାତ୍ର ୧୬ଟି ଆସନରେ ଆଗେଇଛି । କେଜ୍ରିଓ୍ବାଲଙ୍କ ଆପ୍ ଏଥର ଗୁଜରାଟରେ ଖାତା ଖୋଲିବାକୁ ଯାଉଛି । ଦଳ ଏବେ ୪ଟି ଆସନରେ ଆଗୁଆ ରହିଛି ।

nis-ad
Leave A Reply

Your email address will not be published.